କରୋନା ମହାମାରୀ ଯୋଗୁ ୨୦୨୧ ଫେବୃଆରୀକୁ ସ୍ଥଗିତ ରହିଲା ଗୋଲଡେନ୍ ଗ୍ଲୋବ ପୁରସ୍କାର

ସମାଜ ପୋର୍ଟାଲ ଡେସ୍କ: ଚଳଚ୍ଚିତ୍ର ଏବଂ ଟେଲିଭିଜନ ପାଇଁ ଦିଆଯାଉଥିବା ବାର୍ଷିକ ଗୋଲଡେନ୍ ଗ୍ଲୋବ ପୁରସ୍କାର ସମାରୋହ ଆସନ୍ତା ବର୍ଷ ଫେବୃଆରୀକୁ ଘୁଞ୍ଚାଇ ଦିଆଯାଇଛି ବୋଲି ଆୟୋଜକମାନେ କହିଛନ୍ତି। ହଲିଉଡ ଜଗତରେ ସର୍ବୋଚ୍ଚ ମାନ୍ୟତା ହାସଲ କରିଥିବା ଏହି ଗୋଲଡେନ୍ ଗ୍ଲୋବସ୍ ସମାରୋହ ଏବେ ଜାନୁଆରୀ ପ୍ରଥମ ରବିବାର ପରିବର୍ତ୍ତେ ଫେବୃଆରୀ ୨୮ରେ ଅନୁଷ୍ଠିତ ହେବ।

କରୋନା ମହାମାରୀ ହେତୁ ଓସ୍କାର ସମାରୋହ ହେବାର ଦୁଇମାସ ପର୍ଯ୍ୟନ୍ତ ଗୋଲଡେନ୍ ଗ୍ଲୋବସ୍ ସମାରୋହ ଘୁଞ୍ଚାଇ ଦିଆଯିବାକୁ ନିଷ୍ପତ୍ତି ନିଅଯାଇଥିଲା। ଟିନା ଫେ ଏବଂ ଏମୀ ପୋହଲେର୍ଙ୍କ ଦ୍ୱାରା ସଞ୍ଚାଳିତ ଓସ୍କାର ସମାରୋହ ନିର୍ଦ୍ଧାରିତ ତାରିଖରେ ଅନୁଷ୍ଠିତ ହେବ। ଗୋଲଡେନ୍ ଗ୍ଲୋବସ୍ ପୁରସ୍କାର ପରିଚାଳନା କରୁଥିବା ହଲିଉଡ ବୈଦେଶିକ ପ୍ରେସ ଆସୋସିଏସନ ଆଗାମୀ ସପ୍ତାହରେ ଏ ନେଇ ଯୋଗ୍ୟତା, ଭୋଟ୍ ଅବଧି ଏବଂ ନାମାଙ୍କନ ବିଷୟରେ ସୂଚନା ଦେବେ ବୋଲି ଜଣାପଡିଛି।

Comments are closed.