ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଚର୍ଚିଲଙ୍କ ଜନସ୍ଥଳୀ ବ୍ଲେନହୋମ ପାଲେସରୁ ସୁନା ପାଇଖାନା ଚୋରି

0

ଲଣ୍ଡନ : ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ୱିନଷ୍ଟନ ଚର୍ଚିଲଙ୍କ ଜନସ୍ଥଳନୀ ବ୍ଲେନହୋମ ପାଲେସରୁ ଏକ ସୁନା ପାଇଖାନା ଚୋରି ହୋଇଛି। ଏହି ପାଇଖାନା ୧୮ କ୍ୟାରେଟ ସୁନାରେ ତିଆରି ହୋଇଥିଲା।

ଇଟାଲୀର ମୋରିଜିୟୋ କ୍ୟାଟେଲନଙ୍କ ପ୍ରଦର୍ଶନୀ ‘ବିଜୟ ଏକ ବିକଳ୍ପ ନୁହେଁ’ରେ ଏହି ପାଇଖାନାକୁ ରଖାଯାଇଥିଲା। ଦର୍ଶକଙ୍କ ପାଇଁ ଏହା କେବଳ ଗୁରୁବାର ଖୋଲା ଯାଇଥିଲା। ଟେମ୍ସ ୱିଲି ପୁଲିସ୍‍ ଶନିବାର ଭୋର ପ୍ରାୟ ୪ଟା ୫୭ରେ ପାଇଖାନା ଚୋରି ସୂଚନା ଦେଇଥିଲା। ପୁଲିସ୍‍ କହିବା ଅନୁସାରେ ପାଇଖାନା ଚୋରି କରି ଭୋର ପ୍ରାୟ ୪ଟା ୫୦ବେଳେ ଚୋରମାନେ ଫେରାର ହୋଇଯାଇଥିଲେ। ଚୋରି ଅଭିଯୋଗରେ ଜଣେ ୬୬ ବର୍ଷିୟ ବୃଦ୍ଧଙ୍କୁ ଗିରଫ କରାଯାଇଛି। ଏପର୍ଯ୍ୟନ୍ତ ଚୋରି ହୋଇଥିବା ପାଇଖାନାକୁ ଜବତ କରାଯାଇନାହିଁ। ଆମେରିକା ନାମରେ ଜଣା ଏହି ପାଇଖାନାକୁ ୨୦୧୬ରେ ନ୍ୟୁୟର୍କ ସହରର ଗଗେନହାଇମରେ ପ୍ରଦର୍ଶନ କରାଯାଇଥିଲା। ବ୍ଲେନହୋମ ପାଲେସର ଯେଉଁ ଘରେ ଚର୍ଚିଲ ଜନ୍ମ ହୋଇଥିଲେ ସେହି ଘରେ ଏହି ପାଇଖାନାକୁ ଲଗାଯାଇଥିଲା।

Leave A Reply