ବିମାନବନ୍ଦରରୁ ୮ଲକ୍ଷରୁ ଅଧିକ ଟଙ୍କାର ଚୋରା ସୁନା ଜବତ

0

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ଶନିବାର ପୁଣି ଜଣେ ଯାତ୍ରୀଙ୍କଠାରୁ ୮ଲକ୍ଷ ଟଙ୍କାରୁ ଅଧିକ ଚୋରା ସୁନା ଜବତ କରାଯାଇଛି। ଗୁଇନ୍ଦା ସୂଚନାକୁ ଆଧାର କରି ସୀମାଶୁଳ୍କ ବିଭାଗର ଅଧିକାରୀମାନେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ଯାତ୍ରୀଙ୍କୁ ଅଟକ ରଖି ପଚରାଉଚରା କରିବାବେଳେ ତାଙ୍କଠାରୁ ୨୫୪.୪୭ ଗ୍ରାମ ଓଜନର ସୁନା ଖଣ୍ଡ ଜବତ କରାଯାଇଥିଲା। ଯାତ୍ରୀ ଜଣକ ସୁନା ଖଣ୍ଡକୁ କଳା ରଙ୍ଗର ଟେପଗୁଡ଼ାଇ ମଳଦ୍ବାରା ଭିତରେ ଲୁଚାଇ କୁଆଲାଲୁମ୍ପପୁରରୁ ଆଣିଥିଲେ। ଏୟାର ଏସିଆର ବିମାନ ଏକେ-୩୧ରେ ଆସି ଯାତ୍ରୀ ଜଣକ ବିଜୁପଟ୍ଟନାୟକ ବିମାନବନ୍ଦରରେ ଅବତରଣ କରିବା ପରେ ସୀମାଶୁଳ୍କ ଅଧିକାରୀଙ୍କ ହାବୁଡ଼ରେ ପଡିଥିଲେ। ଜବତ ସୁନା ଖଣ୍ଡର ମୂଲ୍ୟ ୮, ୨୦,୧୫୬ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ପୂର୍ବରୁ ମଧ୍ୟ ସୀମାଶୁଳ୍କ ଅଧିକାରୀମାନେ ଯାଞ୍ଚ କରି ଅନେକ ଚୋରା ସୁନା ଜବତ କରାଯାଇଛି।

Leave A Reply