କନ୍ନୁର ବିମାନବନ୍ଦରରୁ ୪୫ ଲକ୍ଷର ସୁନା ଜବତ ; ୨ ଗିରଫ

କେରଳ : କେରଳର କନ୍ନୁର ଆର୍ନ୍ତଜାତୀୟ ବିମାନବନ୍ଦରରୁ ଅଧିକାରୀମାନେ ସୁନା ଜବତ କରିଥିବା ଗୁରୁବାର ଜଣାପଡ଼ିଛି। ଜବତ ସୁନାର ମୂଲ୍ୟ ପ୍ରାୟ ୪୫ ଲକ୍ଷ ହେବ ବୋଲି ଜଣାପଡ଼ିଛି। ଦୁବାଇରୁ ଫେରୁଥିବା ୨ ଯାତ୍ରୀଙ୍କ ନିକଟରୁ ଏହି ସୁନା ଜବତ ହୋଇଛି। ଯାତ୍ରୀମାନେ ସୁନାକୁ ଛତା ଭିତରେ , ପେନ ଓ ଜିନ୍ସରେ ଲୁଚାଇ ଆଣିଥିଲେ। ସମ୍ପୃକ୍ତ ଘଟଣାରେ ୨ ଜଣଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।

Comments are closed.