୫୭ ହଜାର ଟଙ୍କା ଟପିଲା ସୁନା, ରୂପା କିଲୋ ପିଛା ୭୭ ହଜାର ଟଙ୍କା

ନୂଆଦିଲ୍ଲୀ: କ୍ରମାଗତ ଭାବେ ୧୬ ଦିନ ଧରି ବଜାରରେ ସୁନା ଓ ରୁପା ମୂଲ୍ୟରେ ବୃଦ୍ଧି ଘଟିବାରେ ଲାଗିଛି । ପ୍ରତ୍ୟେକ ଦିନ ସୁନା ଓ ରୁପା ମୂଲ୍ୟରେ ନୂଆ ନୂଆ ରେକର୍ଡ ପ୍ରତିଷ୍ଠା ହେଉଛି । ଏଭଳି ସ୍ଥିତିରେ ଏବେ ଘରୋଇ ବଜାରରେ ସୁନା ଭରି ୫୭,୦୦୦ ଟଙ୍କା ଓ ରୁପା ମୂଲ୍ୟ ୭୭,୦୦୦ ଟଙ୍କା ଟପିଛି ।

ସମ୍ପ୍ରତି କୋଭିଡ଼-୧୯କୁ ନେଇ ବିଶ୍ୱ ଷ୍ଟକ ବଜ଼ାରରେ ମାନ୍ଦାବସ୍ଥା ଛାଇ ରହିଥିବା ଯୋଗୁଁ ନିବେଶକମାନେ ସୁନାକୁ ଏକ ସୁରକ୍ଷିତ ନିବେଶ ମାଧ୍ୟମ ଭାବେ ବିବେଚନା କରୁଛନ୍ତି । ଫଳସ୍ୱରୂପ ଅନ୍ତର୍ଜାତୀୟ ବଜାରରେ ସୁନା ଚାହିଦା ଢେର ବଢିଯାଇଛି । ଏଥିଯୋଗୁଁ ବିଦେଶୀ ତଥା ଘରୋଇ ବଜାରରେ ସୁନା ମହଙ୍ଗା ହୋଇଛି । ଆଜି ରାଜଧାନୀ ନୂଆଦିଲ୍ଲୀଠାରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୭,୦୦୮ ଟଙ୍କାରେ ପହଞ୍ଚିଛି । ସେହିପରି ରୂପା କିଲୋ ପିଛା ୭୭, ୮୪୦ ଟଙ୍କା ହୋଇଛି । ରୁପା କିଲୋ ପିଛା ୭୭,୦୦୦ ଟଙ୍କା ଟପିବା ପ୍ରଥମ ଘଟଣା । ଅନ୍ୟ ମୁଦ୍ରା ତୁଳନାରେ ଡଲାର ମୂଲ୍ୟ ଦୁର୍ବଳ ହେବା ଏବଂ କୋଭିଡ ସଂକ୍ରମଣ ଘଟଣା ବଢୁଥିବା ଦୃଷ୍ଟିରୁ ସୁନା ଓ ରୁପା ଭଳି ଧାତବ ପଦାର୍ଥର ମୂଲ୍ୟ ବଢ଼ିବାରେ ଲାଗିଛି । ଏହାଛଡା ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ଆଉନ୍ସ ପିଛା ୨୦୭୫.୨ ଡଲାର ଏବଂ ରୁପା ଆଉନ୍ସ ପ୍ରତି ୨୮.୪୫ ଡଲାର ହୋଇଛି ।

Comments are closed.