ମଳଦ୍ୱାରରେ ୩୨ ଲକ୍ଷ ଟଙ୍କାର ସୁନା ଚୋରା ଚାଲାଣ ; ଯୁବକ ଗିରଫ

0

ନୂଆଦିଲ୍ଲୀ . –  ମଳଦ୍ୱାରରେ(ରେକ୍ଟମ) ୩୨ ଲକ୍ଷ ଟଙ୍କାର ସୁନା ଚୋରା ଚାଲାଣ କରୁଥିବା ବେଳେ  ଜଣେ ଯୁବକଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ଗିରଫ କରାଯାଇଛି । ସେ ପ୍ରାୟ ୯ଟି ସୁନା ଖଣ୍ଡକୁ ଗୋଲାକାର ଆକାର କରି ରେକ୍ଟମରେ ଲୁଚାଇ କରି ନେଉଥିଲେ । ଏହାର ଓଜନ ପ୍ରାୟ ଏକ କିଲୋଗ୍ରାମ ।

ଯୁବକ ଜଣଙ୍କ ଦୁବାଇରୁ ନୂଆଦିଲ୍ଲୀ ଆସିଥିଲେ । ତାଙ୍କର ଜିନିଷ ପତ୍ର ଯାଞ୍ଚ କରାଯ।ଇଥିଲା । ମାତ୍ର ପରେ ସେ ରେକ୍ଟମରେ ସୁନା ଲୁଚାଇ କରି ଆଣୁଥିବା ଜଣା ପଡିଥିଲା । ଏତେ ପରିମାଣରେ ସୁନା ଦେଖି ସୀମା ଶୁଳ୍କ ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବୁଧବାରରେ ଆଉ ଦୁଇଜଣ ଲୋକଙ୍କୁ ସୁନା ଚୋରା ଚାଲାଣ ଅଭିଯୋଗରେ ଗିରଫ କରାଯ।ଇଛି । ଜଣେ ଭାରତୀୟ ଓ ଫରାସୀ ନାଗରିକଙ୍କୁ ସୁନା ଚୋରା ଚୋଲାଣ ବେଳେ ଗିରଫ କରାଯାଇଛି ।

Leave A Reply