ଜ୍ଞାନେଶ୍ୱରୀ ଏକ୍ସପ୍ରେସରୁ ୧୧କେଜି ସୁନା ଜବତ

ରାଉରକେଲା: ହାୱଡ଼ା-ମୁମ୍ବାଇ ଜ୍ଞାନେଶ୍ୱରୀ ଏକ୍ସପ୍ରେସରୁ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ବିଭାଗ ୧୧କେଜି ସୁନା ଜବତ କରିଛି। ରାଜଗାଙ୍ଗପୁର-ଝାରସୁଗୁଡ଼ା ମଧ୍ୟରେ ଚଢାଉ କରି ଗୁରୁବାର ଉତ୍ପାଦ ଶୁଳ୍କ ବିଭାଗ ଏହି ସୁନା ଜବତ କରିଛି ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୪ କୋଟି ଟଙ୍କା ହେବ । ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ଅଟକ ରଖି ବିଭାଗ ପଚରା ଉଚରା ଜାରି ରଖିଛି।

ସୂଚନା ଅନୁସାରେ, ହାୱଡ଼ା-ମୁମ୍ବାଇ ଜ୍ଞାନେଶ୍ୱରୀ ଏକ୍ସପ୍ରେସରେ ବେଆଇନ ସୁନା ଚାଲାଣ କରାଯାଉଥିବା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ବିଭାଗ ଖବର ପାଇଥିଲା। ପରେ ରାଜଗାଙ୍ଗପୁର-ଝାରସୁଗୁଡ଼ା ମଧ୍ୟରେ ଚଢାଉ କରି ୧୧ କେଜି ଓଜନର ୧୧୦ ଖଣ୍ଡ ସୁନା ଜବତ କରିଥିଲା। ଏହି ମାମଲାରେ ଅଟକ ଥିବା ୨ ଜଣ ମୁମ୍ବାଇର ବୋଲି ଜଣାପଡ଼ିଛି। ତେବେ ସେମାନେ କେଉଁଠିକୁ ସୁନା ନେଉଥିଲେ ତାହା ଜଣାପଡ଼ି ନାହିଁ।

Comments are closed.