ସ୍ୱର୍ଣ୍ଣ ନଦୀ ; ଏହି ନଦୀରେ ଜଳ ସହ ପ୍ରବାହିତ ହୋଇଥାଏ ସୁନା

ବିଶ୍ୱରେ ଏପରି ଅନେକ ନଦୀ ରହିଛି, ଯାହାର ନିଜର ସ୍ୱତନ୍ତ୍ରତା,ଆକାର,ଆକର୍ଷଣ ପାଇଁ ଖୁବ ପ୍ରସିଦ୍ଧ। ଗଙ୍ଗା, ବ୍ରହ୍ମପୁତ୍ର ଭଳି ଅନେକ ନଦୀକୁ ଦର୍ଶନ ପାଇଁ ଲୋକେ ଦୂରଦୂରାନ୍ତରରୁ ଆସିଥାଆନ୍ତି। ନଦୀରେ ସାଧାରଣ ଭାବେ ପାଣି ପ୍ରବାହିତ ହୋଇଥାଏ। ମାତ୍ର ଆପଣ କେବେ ଏପରି ନଦୀ ବିଷୟରେ ଶୁଣିଛନ୍ତି କି , ଯେଉଁ ନଦୀରେ ପାଣି ସହ ସୁନା ମଧ୍ୟ ପ୍ରବାହିତ ଅଥବା ପାଣି ସହ ବହିଥାଏ। କଥାଟା କାନକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ। ଏହି କାରଣରୁ ନଦୀ ତଟର ନିକଟରେ ବାସ କରୁଥିବା ଲୋକେ ଏଠାରେ ଭିଡ ଜମାଇଥାଆନ୍ତି। ସୁନାର ତଲାସିରେ ବହୁ ଲୋକେ ଅନେକ ଦୂରରୁ ଏଠାକୁ ଆସିଥାଆନ୍ତି। ଉକ୍ତ କାରଣରୁ ବର୍ତ୍ତମାନ ଏହି ନଦୀ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ନଦୀକୁ ସ୍ୱର୍ଣ୍ଣ ନଦୀ ମଧ୍ୟ କୁହାଯାଏ। ନଦୀଟି ଥାଇଲ୍ୟାଣ୍ଡର ଗୋଲ୍ଡ ମାଉଣ୍ଟେନ ଅଞ୍ଚଳରେ ପ୍ରବାହିତ ହେଉଛି।
ଏହି ସ୍ଥାନ ଥାଇଲ୍ୟାଣ୍ଡର ଦକ୍ଷିଣ ଭାଗରେ ସ୍ଥିତ। ଏଠାରେ ବହୁ ପୂରାତନ କାଳରୁ ସୁନାର ଖନନ କାର୍ଯ୍ୟ ହେଉ ଅଛି। ଏହି କାରଣରୁ ହିଁ ନଦୀରେ ପାଣି ସହ ସୁନାର ଅନେକ ଛୋଟ ଛୋଟ ଅଂଶ ରହିବା ସହ ଭାସିଆସିଥାଏ ବୋଲି ସୂଚନା ମିଳିଛି।
ନଦୀର ମାଟିରେ ମଧ୍ୟ ସୁନା ମିଶି ରହିଥାଏ। ନିକଟରେ ଥିବା ଗ୍ରାମବାସୀ ନଦୀର ମାଟିରୁ ସୁନା ଛାଣିବା କାର୍ଯ୍ୟ କରିବା ସହ ଯେଉଁ ସୁନା ମିଳେ ନିଜ ସହ ନେଇ ଯାଆନ୍ତି। ଅନେକ ଲୋକଙ୍କ ପାଇଁ ନଦୀଟି ଆମଦାନୀର ସ୍ରୋତ ପାଲଟିଛି।
ଅନେକ ଲୋକ ନିୟମିତ ନଦୀ ମାଟିରୁ ସୁନା ବାହାର କରିବା ସହ ନିଜ ସହ ନେଇ ଜୀବିକା ନିର୍ବାହ କରିଥାଆନ୍ତି। କରୋନା ପାଇଁ ଥାଇଲ୍ୟାଣ୍ଡର ଏହି ଅଞ୍ଚଳରେ ରହୁଥିବା ଲୋକ ରୋଜଗାର ହରାଇବା ପରେ ଏଠାରେ ସୁନା ଖୋଜି ଟଙ୍କା ରୋଜଗାର କରୁଛନ୍ତି।
ପରିଶ୍ରମ କରିବା ପରେ ଏଠାରେ ଲୋକଙ୍କୁ ସଠିକ ମାତ୍ରାରେ ସୁନା ମିଳିଥାଏ। ଯାହା ଦ୍ୱାରା ନିତିଦିନିଆ ଖର୍ଚ୍ଚ ସେମାନେ କରିଥାଆନ୍ତି।

 

Comments are closed.