ଦୀପାବଳୀ ପୂର୍ବରୁ ସୁନା ଦର ବଢିଲା, ୬ ବର୍ଷର ସର୍ବୋଚ୍ଚସ୍ତରରେ ପହଞ୍ଚିଲା

0

ନୂଆଦିଲ୍ଲୀ : ପାର୍ବଣ ରୁତୁରେ ଦ୍ୱିତୀୟ ଥର ସୁନା ଦରରେ ବୃଦ୍ଧି ଘଟିଛି। ପାର୍ବଣ ରୁତୁ ଯୋଗୁଁ ଆଞ୍ଚଳିକ ଗହଣା ବଜାରରେ ଚାହିଦା ବୃଦ୍ଧିର ପ୍ରଭାବ ସୁନା ଦର ଉପରେ ପଡ଼ିଥିବା କୁହାଯାଉଛି। ଏହି କ୍ରମରେ ସୁନା ଦର ବୁଧବାର ୩୦ ଟଙ୍କା ବୃଦ୍ଧି ପାଇଛି। ଫଳରେ ୧୦ ଗ୍ରାମ ବା ଭରି ପ୍ରତି ସୁନା ଦର ୩୨,୬୫୦ ଟଙ୍କାରେ ପହଞ୍ଚିଛି। ଅନ୍ୟପଟେ ରୁପା ଦର କିଲୋ ପ୍ରତି ୪୦ ଟଙ୍କା ହ୍ରାସ ପାଇଛି। ଏହାସହ କିଲୋ ପିଛା ରୁପା ଦର ୩୯,୨୦୦ ଟଙ୍କାରେ ପହଞ୍ଚିଛି।
ଜାତୀୟ ରାଜଧାନୀ ଦିଲ୍ଲୀରେ ୯୯.୯% ଏବଂ ୯୯.୫% ସୁଦ୍ଧ ସୁନା ଦର ୧୦ ଗ୍ରାମ ପିଛା ଯଥାକ୍ରମେ ୩୨,୬୫୦ ଓ ୩୨,୫୦୦ ଟଙ୍କା ରହିଛି। ୬ ବର୍ଷ ତଳେ ୨୦୧୨ରେ ସୁନା ଦର ସର୍ବୋଚ୍ଚସ୍ତର ୩୨,୯୪୦ ଟଙ୍କାରେ ପହଞ୍ଚିଥିଲା।
ବଜାର ସମୀକ୍ଷକଙ୍କ କହିବା ଅନୁସାରେ ଦୀପାବଳୀ ଓ ଧନତେରାସ ପୂର୍ବରୁ ସୁନା ଦରରେ ବୃଦ୍ଧି ବଜାରରେ ସକାରାତ୍ମକ ପ୍ରଭାବ ପକାଇବ। ବିଶ୍ୱ ବଜାର ଅନୁସାରେ ନ୍ୟୁୟର୍କରେ ବୁଧବାର ଆଉନ୍ସ ପିଛା ସୁନା ମୂଲ୍ୟ ୧,୨୧୭.୮୪ ଡଲାର ରହିଛି। କେବଳ ରୁପା ଦରରେ ହ୍ରାସ ପରିଲକ୍ଷିତ ହୋଇଛି।

Leave A Reply