ସୁନା ଓ ରୁପା ଦର ଖସିଲା

0

ନୂଆଦିଲ୍ଲୀ : ସ୍ଥାନୀୟ ବଜାରରେ ଚାହିଦା ଖସିବା ସହ ବିଦେଶୀ ବଜାରରେ ମାନ୍ଦା ବେପାର ଯୋଗୁଁ ଶୁକ୍ରବାର ସୁନା ଦର ୧୦ ଗ୍ରାମ ବା ଭରି ପ୍ରତି ୩୫୦ ଟଙ୍କା ହ୍ରାସ ପାଇ ୩୧, ୮୦୦ ଟଙ୍କାରେ ପହଞ୍ଚିଛି । ସେହିପରି ରୁପା ଦର ୨୫୦ ଟଙ୍କା ହ୍ରାସ ପାଇ କିଲୋ ପ୍ରତି ୩୯,୭୦୦ ଟଙ୍କାରେ ପହଞ୍ଚିଛି । ବର୍ତ୍ତମାନ ବାହାଘର ଭଳି କୌଣସି ଋତୁ ବା ପର୍ବ ନ ଥିବାରୁ ସ୍ଥାନୀୟ ଅଳଙ୍କାର ବଜାରରେ ଚାହିଦା ହ୍ରାସ ପାଇଛି । ଏହାସହ ବିଦେଶୀ ବଜାରରେ ମାନ୍ଦା ବେପାର ଚାଲିଛି। ଏହାର ପ୍ରଭାବ ଭାରତ ସୁନା ବଜାରରେ ପଡିଛି । ନ୍ୟୁୟର୍କରେ ଗୁରୁବାର ସୁନା ଦର ୧.୩୭ ହ୍ରାସ ପାଇ ଆଉଁସ ପିଛା ୧,୩୩୪.୩୦ ଡଲାରରେ ପହଞ୍ଚିଛି । ରୁପା ଦର ବି ୦.୮୪% ବୃଦ୍ଧି ପାଇ ପ୍ରତି ଆଉନସ ପିଛା ୧୬.୮୫ ଡ଼ଲାରରେ ପହଞ୍ଚିଛି । ଜାତୀୟ ରାଜଧାନୀ ଦିଲ୍ଲୀରେ ୯୯.୯% ଏବଂ ୯୯.୫% ସୁଦ୍ଧ ସୁନା ଦର ଭରି ପିଛା ଯଥାକ୍ରମେ ୩୫୦ ଟଙ୍କା ଲେଖାଏଁ ହ୍ରାସ ପାଇ ଯଥାକ୍ରମେ ୧୦ ଗ୍ରାମ ପିଛା ୩୧,୮୦୦ ଓ ୩୧,୬୫୦ ଟଙ୍କା ରହିଛି । ସୁନା ଭଳି ରୁପା ଦର ବି ହ୍ରାସ ପାଇଛି । ରୁପା ୨୫୦ ଟଙ୍କା ହ୍ରାସ ପାଇ କିଲୋ ପ୍ରତି ୩୯,୭୫୦ ଟଙ୍କା ରହିଛି ।

Leave A Reply