ଡିଜେଲ ଏବଂ ପେଟ୍ରୋଲ ପରେ ଏବେ ସୁନା ମୂଲ୍ୟରେ ରେକର୍ଡ ବୃଦ୍ଧି

ନୂଆଦିଲ୍ଲୀ : ଡିଜେଲ ଏବଂ ପେଟ୍ରୋଲ ପରେ ଏବେ ସୁନା ମୂଲ୍ୟରେ ରେକର୍ଡ ବୃଦ୍ଧି ଘଟିଛି। ଘରୋଇ ବଜାରରେ ଦଶ ଗ୍ରାମ ସୁନାର ମୂଲ୍ୟ ପଚାଶ ହଜାର ଟଙ୍କା ଅତିକ୍ରମ କରିଛି। ନୂଆଦିଲ୍ଲୀଠାରେ ୧୦ ଗ୍ରାମ୍‌ ପିଛା ସୁନା ଦର ୫୦,୦୦୦ ଟଙ୍କା ଟପି ୫୦,୪୦୫ ଟଙ୍କାରେ ପହଞ୍ଚିଛି। କରୋନା ପରିସ୍ଥିତି ସହ ବିଶ୍ବ ବଜାର‌େ‌ର ସୁନା ଚାହିଦା ବୃଦ୍ଧି ପାଉଥିବାରୁ ଏପରି ଦର ବୃଦ୍ଧି ଘଟୁଥିବା କୁହାଯାଉଛି। ସେହିଭଳି ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍‌ ସୁନା ମୂଲ୍ୟ ୧୦ ଗ୍ରାମ୍‌ ପିଛା ୪୮,୭୮୦ ଟଙ୍କା ରହିଛି । ଏଠାରେ ରୁପା କିଲୋ ୪୯,୦୦୦ ଟଙ୍କା ଛୁଇଁଛି । ସମ୍ପ୍ରତି କୋଭିଡ୍‌-୧୯ ଯୋଗୁଁ ବିଶ୍ବ ଷ୍ଟକ୍‌ ବଜାର ପ୍ରଭାବିତ ହୋଇଛି । ନିବେଶକମାନେ ସୁନାକୁ ଏକ ଭରସାଯୋଗ୍ୟ ନିବେଶ ମାଧ୍ୟମ ଭାବେ ବିବେଚନା କରିବା ପରେ ବଜାରରେ ସୁନାର ଚାହିଦା ଯଥେଷ୍ଟ ବଢ଼ିଯାଇଛି, ଯାହା ଏବେ ଦର ବୃଦ୍ଧିରେ ସହାୟକ ହୋଇଛି ।

Comments are closed.