ବଢିଲା ସୁନା ଓ କମିଲା ରୂପା ମୂଲ୍ୟ

0

ନୂଆଦିଲ୍ଲୀ : ପାର୍ବଣ ଋତୁରେ ବଜାରରେ ସୁନାର ଦର ଦିନକୁ ଦିନ ବୃଦ୍ଧି ପାଉଛି। ଅକ୍ଟୋବର ପ୍ରଥମ ସପ୍ତାହରେ ଦିଲ୍ଲୀର ସର୍ଫା ବଜାରରେ ସୁନାର ଦର ୧୫୦ଟଙ୍କା ବୃଦ୍ଧି ପାଇଥିଲା। ତେବେ ଦ୍ୱିତୀୟ ସପ୍ତାହରେ ବର୍ତ୍ତମାନ ପ୍ରତି ୧୦ଗ୍ରାମ ସୁନାର ମୂଲ୍ୟ ୩୨,୦୫୦ ଟଙ୍କା ରହିଛି। ଅର୍ନ୍ତଜାତୀୟ ବଜାରରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଉଥିବାରୁ ସୁନାର ମୂଲ୍ୟ ଉପରେ ଏହାର ପ୍ରଭାବ ପଡିଥିବା ଜଣାପଡିଛି।
ଅନ୍ୟପକ୍ଷରେ ରୂପାରେ ଗହଣା ନିର୍ମାଣ କମି ଯାଉଥିବାରୁ ଏହାର ମୂଲ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ସେୟାର ବଜାରରେ ଅସ୍ଥିରତା ଲାଗିରହିବା ଫଳରେ ସୁନାର ଦର ବଢିଥିବା ଜଣାପଡିଛି। ଏହାସହ ବିବାହ ଋତୁ ଚାଲୁଥିବାରୁ ସୁନା ବର୍ଦ୍ଧିତ ଦର ଗ୍ରାହକମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ସେହିପରି ବର୍ତ୍ତମାନ ରୂପା ଦର ୪୦୦ ଟଙ୍କା ହ୍ରାସ ପାଇ ଏକ କି.ଗ୍ରା ରୂପାର ମୂଲ୍ୟ ୩୯,୪୦୦ ଟଙ୍କା ହୋଇଯାଇଛି। ତେବେ ଆଗକୁ ଧନତେରସ୍‍ ଓ ଦୀପାବଳି ଥିବାରୁ ସୁନାଦର ଆହୁରି ବୃଦ୍ଧି ପାଇବାର ଆଶା କରାଯାଉଛି।

Leave A Reply