ଉତ୍ତରପ୍ରଦେଶରେ ୩ ହଜାର ଟନ ସୁନାର ଭଣ୍ଡାର ଠାବ !

ଲକ୍ଷ୍ନୌ : ବହୁ ସମୟରେ ଏପରି ଶୁଣିବାକୁ ମିଳେ କେଉଁଠାରେ ସୁନା କିମ୍ବା ସୁନାଖଣି ମିଳନ୍ତା କି? ମାତ୍ର ଏହାକ ୯୦ଭାଗ ସତ ନହେଲେ ମଧ୍ୟ ବହୁ ଲୋକେ ଏହାର ସ୍ୱପ୍ନ ଦେଖିଥାଆନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶରେ ।
ଉତ୍ତର ପ୍ରଦେଶରେ ସୁନାର ଏକ ବୃହତ୍ତ ଭଣ୍ଡାର ଠାବ ହୋଇଛି। ସୋନଭଦ୍ର ଜିଲାରେ ଥିବା ପାହାଡ଼ରେ ୩ ହଜାର ଟନ ସୁନା ମିଳିଥିବା ନେଇ ଜଣାପଡ଼ିଛି। ଏହାପରେ ଏହି ସୁନା ନିଲାମ ପ୍ରକ୍ରିୟା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଉକ୍ତ ସୁନା ପଥରକୁ ଶୀଘ୍ର ନିଲାମ କରାଯିବ। ଏନେଇ ସରକାରଙ୍କ ତରଫରୁ ସାତ ଜଣିଆ ଟିମ ଗଠନ କରାଯାଇଛି। ଏହି ଟିମ ଏହାର ଉପଯୁକ୍ତ ତଥ୍ୟ ସହ ୨୨ ଫେବୃଆରୀ ୨୦୨୦ରେ ଲକ୍ଷ୍ନୌ ଖଣି, ନିର୍ଦ୍ଦେଶାଳୟରେ ରିର୍ପୋଟ ଦାଖର କରିବେ।
ସୂଚନା ଯୋଗ୍ୟ, ଉକ୍ତ ସ୍ଥାନରେ ୨୦୦୫ ଠାରୁ ଏକ ନିର୍ଦ୍ଦିଷ୍ଟ ଟିମର ସର୍ଭେ ଅନୁଯାୟୀ,ସୋନଭଦ୍ରରେ ସୁନା ଓ ଅନ୍ୟ ଖଣିଜପଥର ଥିବା ନେଇ ଜଣାଇଥିଲେ। ଏହାସହ ୨୦୧୨ ମଧ୍ୟ ସୋନଭଦ୍ର ପାହାଡ଼ରେ ସୁନା ଥିବା ନେଇ ଜଣାପଡ଼ିଥିଲା। ଏହା ଉପରେ ଅନ୍ୟ କୌଣସି ତଥ୍ୟ ହସ୍ତଗତ ହୋଇନାହିଁ।

Comments are closed.