ମୂଷାକୁ ସ୍ବର୍ଣ୍ଣ ପଦକ

ଫନୋମ ପେନ୍ହ(କାମ୍ବୋଡ଼ିଆ) : କାମ୍ବୋଡ଼ିଆରେ ଲ୍ୟାଣ୍ଡ ମାଇନ୍ସ ଠାବ କରିବାରେ ସଫଳ ହୋଇଥିବା ଏକ ମୂଷାକୁ ସ୍ବର୍ଣ୍ଣ ପଦକ ବିଜେତା ଭାବେ ଘୋଷଣା କରାଯାଇଛି। ଆଫ୍ରିକାରୁ ଅଣାଯାଇଥିବା ଏହି ମୂଷାର ନାମ ମାଗୱା। ୭ ବର୍ଷ ମଧ୍ୟରେ ଏହି ମୂଷାଟି ୩୯ଟି ଲ୍ୟାଣ୍ଡ ମାଇନ୍ସ ଓ ୨୮ ବିସ୍ଫୋରକ ଠାବ କରିବାରେ ସଫଳ ହୋଇଛି। ମୂଷାଟିର ସାହସିକତାକୁ ଦୃଷ୍ଟିରେ ରଖି ବ୍ରିଟେନର ଏକ ଦାତବ୍ୟ ସଂସ୍ଥା ତାକୁ ସ୍ବର୍ଣ୍ଣ ପଦକ ଦେଇ ସମ୍ମାନିତ କରିଛି।

Comments are closed.