ଜାଣନ୍ତୁ, କେଉଁ ଗହଣା ହଜିଲେ କ’ଣ ଅସୁବିଧା ହୋଇଥାଏ

ଜ୍ୟୋତିଷଶାସ୍ତ୍ରରେ ଗ୍ରହ ଓ ଧାତୁର ଅନେକ ମହତ୍ତ୍ବ ରହିଛି। ଜାତକରେ ଅଶୁଭ ଗ୍ରହର ଚଳନ ଯୋଗୁଁ ବିଭିନ୍ନ ପ୍ରକାରର ଅସୁବିଧା ହୋଇଥାଏ। ଏହାକୁ ନିଜ ପକ୍ଷକୁ ଆଣିବା ପାଇଁ ଅଲଗା ଅଲଗା ଧାତୁର ଜିନିଷ ବ୍ୟବହାର କରିବାରକୁ ପଡିଥାଏ। ସୁନା ଏହି ଧାତୁ ମଧ୍ୟରୁ ଗୋଟିଏ। ସୁନା ଧାତୁ ସବୁଠାରୁ ଅଧିକ ଦାମ ଓ ଶୁଭ ବୋଲି କୁହାଯାଇଛି। ସୁନା ଧାତୁର ସମ୍ବନ୍ଧ ବୃହସ୍ପତି ଗ୍ରହ ସହ ରହିଛି। ତେଣୁ ଶୁଭ କାର୍ଯ୍ୟରେ ସୁନା କିଣିବାର ପରମ୍ପରା ରହିଛି। ସୁନାକୁ ମା’ ଲକ୍ଷ୍ମୀଙ୍କ ସ୍ବରୂପ କୁହାଯାଇଛି। ଜ୍ୟୋତିଷଶାସ୍ତ୍ରରେ ସୁନାର ଗହଣା ପାଇବା ଓ ହଜିବା ଉଭୟ ଅଶୁଭ ଅଟେ। ତେବେ ଆସନ୍ତୁ ଜାଣିବା କେଉଁ ଗହଣା ହଜିବା ଦ୍ବାରା ଜୀବନରେ କି ପ୍ରଭାବ ପଡିଥାଏ ..

କାନର ଗହଣା ହଜିବା ଦ୍ବାରା ଖରାପ ଖବର ଶୁଣିବାକୁ ମିଳିଥାଏ।

ନାକର ଗହଣା ହଜିବା ଦ୍ବାରା ବଦନାମ ହେବାର ସମ୍ଭାବନା ରହିଥାଏ।

ମଥା ଟିକା ହଜିବା ଦ୍ବାରା ଚିନ୍ତାଗ୍ରସ୍ତ ଓ କ୍ରୋଧ ବଢିଥାଏ।

ବେକର ଗହଣା ହଜିବା ଦ୍ବାରା ମାନ-ସମ୍ମାନ ଓ ସୁଖ-ସୁବିଧା ହ୍ରାସ ହୋଇଥାଏ।

ସୁନା ଚୁଡି ହଜିବା ଦ୍ବାରା ଅନେକ ହଇରାଣ ହେବାର ସମ୍ଭାବନା ଥାଏ।

ସୁନା ମୁଦି ହଜିବା ଦ୍ବାରା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅସୁବିଧା ହୋଇଥାଏ।

ପାଦର ପାଉଁଜି ହଜିବା ଦ୍ବାରା ସମ୍ପର୍କରେ ଫାଟ ସୃଷ୍ଟି ହେବାର ସମ୍ଭାବନା ରହିଥାଏ।

Comments are closed.