ସୁନା ଦୋକାନରୁ ଠକେଇ ଘଟଣା, ୮୪ ଘଣ୍ଟା ପରେ ମଧ୍ୟ ପୁଲିସ ହାତ ଖାଲି ଆମ ଓଡ଼ିଶାନିଉଜ ଆଲର୍ଟ By Samaja Digital (SB) On Apr 3, 2021 Share ସମ୍ବଲପୁର: ସମ୍ବଲପୁରର ଟାଉନ ଥାନା କ୍ଷେତ୍ରରେ ରହିଥିବା ମାରୱାଡି ପଡା ସୁନା ଦୋକାନରୁ ସୁନା ଠକେଇ ଘଟଣାର ୮୪ ଘଣ୍ଟା ବିତିଯିବା ସତ୍ୱେ ପୁଲିସର ହାତ ଖାଲି ରହିଛି। ମଙ୍ଗଳବାର ଅପରାହ୍ନରେ ସମ୍ବଲପୁରର ବ୍ୟସ୍ତତମ ସୁନା ଗହଣା ବ୍ୟବସାୟିକ ପେଣ୍ଠସ୍ଥଳୀ ମାରୱାଡିପଡାଠାରେ କହ୍ନେୟାଲାଲ ଅଗ୍ରୱାଲଙ୍କ ଦୋକାନକୁ ଏକ ମାରୁତି କାରରେ ଜଣେ ବ୍ୟକ୍ତି ଆସିଥିଲେ। ସେ ନିଜକୁ ଆୟକର ବିଭାଗର ଅଧିକାରୀ କହି ନିଜ ପାଇଁ ଏକ ସୁନା ବ୍ରାସଲେଟ ଏବଂ ତାଙ୍କର ଶିଶୁ ପାଇଁ ଏକ ସୁନା ଲକେଟ ପସନ୍ଦ କରିଥିଲେ। ଏହି ସୁନାଗହଣା ଗୁଡିକର ଆନୁମାନିକ ମୂଲ୍ୟ ପ୍ରାୟ ୧ ଲକ୍ଷ ୫୦ ହଜାର ଟଙ୍କା ହୋଇଥିବାରୁ ସେ ଟଙ୍କାକୁ ଏନଇଏଫଟି ଜରିଆରେ ପଇଠ କରିବାକୁ ଦୋକାନୀଙ୍କୁ କହିଥିଲେ। Related Posts ଛାତ୍ରଛାତ୍ରୀଙ୍କୁ ସତର୍କ କରାଇଲେ କାନାଡାରେ… May 21, 2022 ସାକ୍ଷୀଗୋପାଳ ମନ୍ଦିରରୁ ଗାଏବ ହୋଇଥିବା ସୁନା… May 21, 2022 ଏହା ପରେ ସେ ଏକ ନକଲି ଏନଇଏଫଟି ନମ୍ବର ଦୋକାନୀଙ୍କୁ ଦେଇ ଟଙ୍କା ପଇଠ ହୋଇଯାଇଥିବାର କହି ସୁନାଗହଣା ନେଇ ଫେରାର ମାରିଥିଲେ। ଅପର ପଟରେ ଦୋକାନୀଙ୍କ ଆକାଉଣ୍ଟକୁ ଟଙ୍କା ନ ଆସିବା ଏବଂ ଏନଇଏଫଟି ନମ୍ବରକୁ ଯାଞ୍ଚ କରିବାରୁ ତାହା ନକଲି ବୋଲି ଜଣାପଡିବା ପରେ ସେ ଟାଉନ ଥାନାରେ ଅଭିଯୋଗ କରିବାରୁ ଏକ ମାମଲା ରୁଜୁ କରାଯାଇଛି। ଅପର ପକ୍ଷରେ ଏହି ଘଟଣାରେ ସିସିଟିଭି ଫୁଟେଜ ସହିତ ଅନ୍ୟାନ୍ୟ ଠୋସ ପ୍ରମାଣ ରହିଥିଲେ ସୁଦ୍ଧା କିନ୍ତୁ ପୁଲିସର ହାତ ଏ ପର୍ଯ୍ୟନ୍ତ ଖାଲି ରହିଛି। ସୂଚନାଯୋଗ୍ୟ ଯେ, ଟାଉନ ପୁଲିସର ବିଭିନ୍ନ ସମୟରେ ଘଟି ଯାଇଥିବା ସୁନାଗହଣା, ଟଙ୍କା ଆଦି ଲୁଟ ମାମଲାରେ ଅପରାଧିମାନଙ୍କୁ ଧରିବାରେ ସମ୍ପୁର୍ଣ୍ଣ ବିଫଳ ରହିଥିବାର ନଜୀର ରହିଛି। ଏସପିଙ୍କ କାର୍ଯ୍ୟାଳୟ ନିକଟରୁ ୩ ଲକ୍ଷ ୩୦ ହଜାର ଟଙ୍କା ଲୁଟ ସମେତ ଅଞ୍ଚଳରେ ବାରମ୍ବାର ଏଭଳି ଲୁଟ ଘଟଣା ମାନ ଘଟି ଚାଲିଥିବା ବେଳେ ଏ ପର୍ଯ୍ୟନ୍ତ ସମାଧାନ କରିବାରେ ସଫଳ ହୋଇ ନ ଥିବାରୁ ଏହା ପୁଲିସର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। Share FacebookTwitterWhatsApp
Comments are closed.