ମହିଳାଙ୍କ ବେକରୁ ଝାମ୍ପି ନେଲେ ସୁନା ଚେନ

ଛତ୍ରପୁର: ଛତ୍ରପୁର କୋର୍ଟ ଷ୍ଟେଶନ ଗଳି ନିକଟରୁ ସୋମବାର ସକାଳେ ଜଣେ ମହିଳାଙ୍କ ବେକରୁ ସୁନା ଚେନ୍‌ ଲୁଟ୍‌ ହୋଇଛି। ଲୁଟ୍‌ର ଶିକାର ହୋଇଥିବା ମହିଳା ଜଣକ ହେଉଛନ୍ତି ଆଶା ଦେବୀ।

ସୂଚନା ଅନୁସାରେ, ଆଶା ଦେବୀ ଏକ ବିବାହ କାର୍ଯ୍ୟରେ ଯୋଗଦେବା ଲାଗି ନିଜ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ସୋମବାର ସକାଳୁ ସେ ଘର ନିକଟରେ ଥିବା ଠାକୁରାଣୀ ମନ୍ଦିର ଯାଇ ସେଠାରୁ ସମ୍ପର୍କୀୟଙ୍କ ଘରକୁ ଫେରୁଥିଲେ। ଦୁଇ ଜଣ ଯୁବକ ଏକ ବାଇକ ଆସି ଆଶାଙ୍କ ବେକରୁ ଏକ ସୁନା ଚେନ୍‌ ଓ ମାଳି ଝାମ୍ପି ନେଇ ଦ୍ରୁତ ଗତିରେ ଫେରାର ହୋଇଯାଇଥିଲେ। ଖବର ପାଇ ଛତ୍ରପୁର ପୁଲିସ ପହଞ୍ଚି ତଦନ୍ତ କରିବା ସହ ବିଭିନ୍ନ ସ୍ଥାନର ସିସିଟିଭି  ଫୁଟେଜ ଯାଞ୍ଚ କରୁଛି।

Comments are closed.