ଜାଣନ୍ତୁ କେଉଁ ଅଳଙ୍କାର ହଜିଲେ ଜୀବନରେ କି ସମସ୍ୟା ଦେଖାଦିଏ

0

ସୁନା ଓ ରୂପା ଆଦି ଅଳଙ୍କାର ଶରୀରକୁ ଖୁବ ସୌନ୍ଦର୍ଯ୍ୟ ପ୍ରଦାନ କରିଥାଏ। ମାତ୍ର ଏହାର ହଜିବା ଓ ମିଳିବାର ବହୁ ପ୍ରଭାବ ଆମ ଜୀବନରେ ପଡ଼ିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି । କେଉଁ ଗହଣା ହଜିଲେ ଏହାର କଣ ପ୍ରଭାବ ପଡ଼ିଥାଏ ଆସନ୍ତୁ ଜାଣିବା।
କାନର – ଏହା ହଜିଲେ ନିକଟ ଭବିଷ୍ୟତରେ କୌଣସି ଅଶୁଭ ଖବର ଶୁଣିବାକୁ ମିଳିଥାଏ।
ନାକର – ଏହା ହଜିବା ଦ୍ୱାରା ବଦଲାମ ହେବା ଆଶଙ୍କା ଥାଏ।
ମୁଣ୍ଡ ଟିକା – ଏହା ହଜିଲେ ଭବିଷ୍ୟତରେ ସମସ୍ୟା ଲାଗି ରହିଥାଏ।
ହାର – ଏହା ହଜିବା ଦ୍ୱାରା ଧନ ହାନି ହୋଇଥାଏ।
ଚୁଡ଼ି – ଏହା ହଜିବା ଦ୍ୱାରା ମାନସିକ ସମସ୍ୟା ଦେଖା ଦେଇଥାଏ।
ହାତ ମୁଦି – ଏହା ହଜିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦିଏ।
ଡ଼ାହାଣ ଗୋଡ଼ର ପାଉଁଜି –ଏହା ହଜିବା ଦ୍ୱାରା ସମ୍ମାନ ହାନି ହୋଇଥାଏ।
ବାମ ଗୋଡ଼ର ପାଉଁଜି – ଏହା ହଜିବା ଦ୍ୱାରା ଶାରିରୀକ ସମସ୍ୟା ଦେଖାଦେଇଥାଏ।

Leave A Reply