ଧନ୍‌ତେରସ୍‌ : ସୁନାକୁ ନେଇ କିଛି ସତର୍କତା :

0

ଜ୍ୟୋତିଷଙ୍କ କହିବା ଅନୁସାରେ, ସୁନାକୁ ଆପଣ କେଉଁଠି ଓ କେଉଁ ସ୍ଥାନରେ ରଖନ୍ତି, ଏହାର ମଧ୍ୟ ମହତ୍ତ୍ୱ ରହିଛି। ସୁନାକୁ ନାଲି କପଡ଼ା ବା ନାଲି ରଙ୍ଗର କାଗଜରେ ଗୁଡ଼ାଇ ରଖିବା ଉଚିତ୍‍। ସୁନା ସହ ଅନ୍ୟ ଧାତୁର ଗହଣା ଓ ଲୁହା ରଖିବା ଅନୁଚିତ୍‍। ସୁନାକୁ ପୂର୍ବ-ଉତ୍ତର ବା ଐଶାନ୍ୟ କୋଣ କିମ୍ବା ଦକ୍ଷିଣ-ପଶ୍ଚିମ ବା ନୈଋତ କୋଣରେ ହିଁ ରଖନ୍ତୁ।

 

ବିଶେଷ ଆବଶ୍ୟକ ନହେଲେ ବାମ ହାତରେ ସୁନା ଧାରଣ କରନ୍ତୁ ନାହିଁ। କେବଳ ନିଜର ଅତିପ୍ରିୟ ବ୍ୟକ୍ତିକୁ ହିଁ ସୁନା ଉପହାରରେ ଦିଅନ୍ତୁ। ସୁନାର ପାଉଁଜି ଓ ଗୋଡ଼ମୁଦି ପିନ୍ଧିବା ଅନୁଚିତ୍‍। ଅଣ୍ଟାରେ ସୁନା ଧାରଣ କରିବା ଉଚିତ୍‍ ନୁହେଁ। ଏହିସବୁ ସାବଧାନତା ଅବଲମ୍ବନ କରିବା ଦ୍ୱାରା ଧନ ସମ୍ପତ୍ତି ବୃଦ୍ଧି ହେବା ସହ ମା’ଲକ୍ଷ୍ମୀଙ୍କ କୃପା ମଧ୍ୟ ମିଳିଥାଏ।

 

ଆଲେଖ୍ୟ – ପ୍ରତିଜ୍ଞା ମିଶ୍ର

Leave A Reply