ଜ୍ଞାନେଶ୍ବରୀ ଏକ୍ସପ୍ରେସରୁ ସୁନା ଜବତ ଘଟଣା; ୨ ଗିରଫ

ସୁନା ସ୍ମଗଲିଂର ଆନ୍ତର୍ଜାତୀୟ ଲିଙ୍କ୍ ସନ୍ଦେହ

ଭୁବନେଶ୍ବର: ଜ୍ଞାନେଶ୍ବରୀ ଏକ୍ସପ୍ରେସରୁ ୧୩ କେଜି ସୁନା ଜବତ ଘଟଣାରେ ଅଟକ ଥିବା ଦୁଇ ଜଣ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ଦୁଇ ଜଣଙ୍କୁ ଜେରା ପରେ ଆନ୍ତର୍ଜାତିୟ ଲିଙ୍କ୍ ଥିବା ନେଇ ପୁଲିସ ସନ୍ଦେହ କରୁଛି। ସୁନା ବିସ୍କୁଟ ଉପରେ ଦୁବାଇ ଏବଂ ୟୁଏଇ ଲେଖା ହୋଇଥିବା ସୂଚନା ମିଳିଛି । ସୁନା ମିଆଁମାର, ବାଂଲାଦେଶ ହୋଇ ହାୱଡା ଚାଲାଣ ହେଉଥିବା ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ଗତ ଗୁରୁବାର ହାୱଡାରୁ ମୁମ୍ବାଇ ଯାଉଥିବା ଜ୍ଞାନେଶ୍ବରୀ ଏକ୍ସପ୍ରେସରୁ ୧୨ କେଜି ୯୩୨ ଗ୍ରାମ ସୁନା ଜବତ ହୋଇଥିଲା। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା।

Comments are closed.