ପୁଣି ଭୁବନେଶ୍ବର ବିମାନବନ୍ଦରରୁ ସୁନା ଜବତ, ଜଣେ ଅଟକ

0

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ପୁଣି ସୁନା ଜବତ ହୋଇଛି। ପଗଡିରେ ସୁନା ବିସ୍କୁଟ ନେଇ ଆସୁଥିବା ଜଣେ ବ୍ୟକ୍ତି ସିଆଇଏସଏଫ୍‌ ହାତରେ ଧରାପଡିଛନ୍ତି। ତାଙ୍କୁ ଅଟକ ରଖାଯାଇଛି। ତାଙ୍କ ଠାରୁ ୬୧୦ଗ୍ରାମର ସୁନା ଜବତ ହୋଇଛି, ଯାହାର ମୂଲ୍ୟ ୨୦ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି।

ସୂଚନାଯୋଗ୍ୟ ଯେ, ବୁଧବାର ଭୋର ସମୟରେ ବ୍ୟକ୍ତି ଜଣକ ପଗଡି ଭିତରେ ସୁନା ବିସ୍କୁଟ ଲୁଚାଇ ଆଣୁଥିବା ବେଳେ ଚେକିଂ ସମୟରେ ଧରାପଡିଥିଲେ। ସେ ବ୍ୟାଙ୍କକରୁ ଭୁବନେଶ୍ବର ଦେଇ ନୂଆଦିଲ୍ଲୀ ଯାଇ ଥାଆନ୍ତେ। ଜବତ ସୁନାକୁ ବିମାନବନ୍ଦରର କଷ୍ଟମ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି।

Leave A Reply