ପୁଣି ବିମାନବନ୍ଦରରୁ ସୁନା ଜବତ

0

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ସୁନା ଜବତ ହୋଇଛି। ସୋମବାର ଦିନ କଷ୍ଟମ ବିଭାଗ ପ୍ରାୟ ୧୭୦ଗ୍ରାମ୍‍ ସୁନା ଜବତ କରିଛନ୍ତି। ଜବତ ହୋଇଥିବା ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୫ଲକ୍ଷ ୫୦ହଜାର ଟଙ୍କା ବୋଲି ସୂଚନା ମିଳିଛି। ଜଣେ ବ୍ୟକ୍ତି ମଳଦ୍ୱାରରେ କ୍ୱାଲାଲୁମ୍ପୁରରୁ ସୁନା ଆଣୁଥିଲେ। ତାଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଅଟକ ରଖାଯାଇଥିବା ବ୍ୟକ୍ତି ଜଣକ ଭାରତୀୟ ବଂଶୋଦ୍ଭବ ଅଟନ୍ତି। ତାଙ୍କ ଘର ତାମିଲନାଡୁ ରାମନାଥପୁରମ ଅଞ୍ଚଳର ବୋଲି ଜଣାପଡିଛି।

Leave A Reply