ଇତିହାସ ରଚିଲା ‘ଗୋଲ୍ଡ’

0

ମୁମ୍ବଇ : ଚଳିତ ସ୍ୱାଧୀନତା ଦିବସରେ ମୁକ୍ତିଲାଭ କରିଥିବା ହିନ୍ଦୀ ଚଳଚ୍ଚିତ୍ର ଗୋଲ୍ଡ ଗୋଟିଏ ପରେ ଗୋଟିଏ ସଫଳତାର ସୋପାନ ଅତିକ୍ରମ କରିଚାଲିଛି। ଭାରତରେ ଏହି ଚଳଚ୍ଚିତ୍ର ମନ୍ଥର ଗତିରେ ବ୍ୟବସାୟ କରୁଛି। କିନ୍ତୁ ‘ଗୋଲ୍ଡ’ ଭାରତୀୟ ସିନେମା ଜଗତରେ ଏକ ନୂଆ ଇତିହାସ ସୃଷ୍ଟି କରିଛି। ‘ଗୋଲ୍ଡ’ ପ୍ରଥମ ବଲିଉଡ ଚଳଚ୍ଚିତ୍ର ଭାବେ ସାଉଦି ଆରବରେ ମୁକ୍ତିଲାଭ କରିବାକୁ ଯାଉଛି। ଏହାର ସୂଚନା ଦେଇଛନ୍ତି ଚଳଚ୍ଚିତ୍ରରେ ମୁଖ୍ୟ ନାୟକ ଅକ୍ଷୟ କୁମାର। ଅକ୍ଷୟ ନିଜ ଟୁଇଟର ପୃଷ୍ଠାରେ ଏହା ଉଲ୍ଲେଖ କରିଛନ୍ତି। ସମଗ୍ର ଦେଶରେ ଭଲ ବ୍ୟବସାୟ କରି ଗୋଲ୍ଡ ୧୦୦କୋଟି କ୍ଲବରେ ପହଁଞ୍ଚି ସାରିଛି। ଏହାସହ ଅକ୍ଷୟ କୁମାରଙ୍କ ଏହା ୯ମ ଚଳଚ୍ଚିତ୍ର ଯାହା ୧୦୦କୋଟି କ୍ଲବରେ ସାମିଲ ହୋଇଛି।
ଚଳଚ୍ଚିତ୍ରର କାହାଣୀକୁ ଦେଖିଲେ ଭାରତ ସ୍ୱାଧୀନତା ହାସଲ କରିବାପରେ ରାଜ୍ୟଗୋଷ୍ଠୀ କ୍ରୀଡାରେ ପୁରୁଷ ହକିରେ ଇଂଲଣ୍ଡ ଦଳକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଥିଲା। ଅଭିନେତା ଅକ୍ଷୟ କୁମାର କିପରି ସଂଘର୍ଷ କରି ଭାରତକୁ ସ୍ୱର୍ଣ୍ଣ ପଦକ ଜିତାଇବାରେ ସାହାଯ୍ୟ କରିଥିଲେ। ତାହା ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି। ଅଭିନେତା ଅକ୍ଷୟ କୁମାରଙ୍କ ବ୍ୟତୀତ ମୋନୀ ରାୟ, କୁନାଲ କୁନାଲ କାପୁର, ଅମିତ ସାଧ୍‍ ପ୍ରମୁଖ କଳାକାରଙ୍କୁ ଦେଖିବାକୁ ମିଳିଥିଲା।

Leave A Reply