୧୦୦ କୋଟି ବ୍ୟବସାୟରେ ଗୋଲ୍ଡ ୮ ନମ୍ବର

0

୧୫ ଅଗଷ୍ଟରେ ରିଲିଜ ହୋଇଥିବା ଅକ୍ଷୟ କୁମାରଙ୍କ ଗୋଲ୍ଡ ୧୦୦ କୋଟି କ୍ଳବରେ ସାମିଲ ହେବାକୁ ଯାଉଛି । ଏପର୍ଯ୍ୟନ୍ତ ୯୯ କୋଟି ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ୧୦୦ କୋଟି କ୍ଳବରେ ସାମିଲ ହେବା ପାଇଁ ମାତ୍ର ଗୋଟିଏ ପାହାଚ ବାକି ରହିଛି । ଭାରତୀୟ ବଜାରରେ ଗୋଲ୍ଡ ପ୍ରଥମ ସପ୍ତାହରେ ୮୯.୩୦ କୋଟି ରୋଜଗାର କରିଥିବା ବେଳେ ଦ୍ବିତୀୟ ସପ୍ତାହରେ ୯.୭୦ କୋଟି ଟଙ୍କା ବ୍ୟବସାୟ କରିଥିଲା । ୨୦୧୮ରେ ୧୦୦ କୋଟି ବ୍ୟବସାୟ କରିଥିବା ଗୋଲ୍ଡ ହେଉଛି ୮ ନମ୍ବର ଫିଲ୍ମ । ୮୫ କୋଟି ଟଙ୍କାରେ ନିର୍ମିତ ହୋଇଥିବା ଗୋଲ୍ଡ ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହୋଇଛି ।

ଚଳିତବର୍ଷ ୧୦୦ କୋଟି ବ୍ୟବସାୟ ତାଲିକାରେ ବାହୁବଳୀ-୨, ସୋନୁ କେ ଟିଟୁ କେ ସ୍ବୁଇଟି, ରେଡ, ବଗି-୨, ରାଜି, ରେସ୍-୩ ଓ ସଞ୍ଚୁ ରହିଥିବା ବେଳେ ୮ ନମ୍ବର ସ୍ଥାନରେ ଗୋଲ୍ଡ ରହିବ ବୋଲି ଫିଲ୍ମ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ।

Leave A Reply