ରାହୀ ସର୍ଣ୍ଣୋବତ ଭାରତ ପାଇଁ ଜିତିଲେ ୪ର୍ଥ ସ୍ୱର୍ଣ୍ଣ

0

ଜାକର୍ତ୍ତା :  ୧୮ଶ ଏସିଆଡରେ ଭାରତର ସ୍ବର୍ଣ୍ଣିମ ଅଭିଯାନ ଜାରି ରହିଛି। ବୁଧବାର ଭାରତୀୟ ସୁଟର୍ ରାହୀ ସର୍ଣ୍ଣୋବତ ୨୫ମିଟର ପିସ୍ତଲରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୨୭ ବର୍ଷିୟା ରାହୀ ସ୍ୱର୍ଣ୍ଣ ପଦକ ଜିତି ନୂଆ ଇତିହାସ ସୃଷ୍ଟି କରିଛନ୍ତି । ଚଳିତ ଏସିଆଡରେ ଏହା ଭାରତର ଚତୁର୍ଥ ସ୍ୱର୍ଣ୍ଣ ପଦକ । ପ୍ରଥମ ମହିଳା ସୁଟର୍ ଭାବେ ସେ ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହି ପଦକ ସହିତ ଭାରତର ପଦକ ସଂଖ୍ୟା ୧୧ରେ ପହଞ୍ଚିଛି । ୪ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଏବଂ ୪ଟି ବ୍ରୋଞ୍ଜ ପଦକ ସହିତ ଭାରତ ଏହି ୧୧ଟି ପଦକ ହାସଲ କରିଛି।

ସୂଚନାଯୋଗ୍ୟ ଯେ, ରାହୀ ୨୦୧୦ ଦିଲ୍ଲୀ ଏବଂ ୨୦୧୪ରେ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ୨୫ ମିଟର ପିସ୍ତଲରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

Leave A Reply