କମିଲା ସୁନା ଓ ରୂପା ଦର

0

ନୂଆଦିଲ୍ଲୀ : ବିଶ୍ୱ ବଜାର ଓ ସ୍ଥାନୀୟ ବଜାରରେ ସୁନାର ଚାହିଦା କମ୍‍ ରହିଥିବାରୁ ଦର କମିଥିବା ଦେଖିବାକୁ ମିଳିଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ସୁନାର ଦର ୩୦ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମ ସୁନାର ମୂଲ୍ୟ ୩୦,୭୫୦ ରହିଛି। ସେହିପରି ପ୍ରତି ୧ କିଗ୍ରା ରୂପାର ମୂଲ୍ୟ ୩୯,୨୦୦ ରହିଛି।
ବ୍ୟବସାୟୀଙ୍କ କହିବା ଅନୁସାରେ ବିଶ୍ୱ ବଜାରରେ ସୁନାର ମୂଲ୍ୟ କମିଥିବାବେଳେ ଭାରତୀୟ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛିି। କାରଣ ଡଲାର ସ୍ଥିତି ସମସ୍ତ ମୁଦ୍ରା ତୁଳନାରେ ମଜୁବୁତ ରହିଛି। ସେହିପରି ସିଙ୍ଗାପୁରରେ ମଧ୍ୟ ସୁନା ଓ ରୂପାର ଦର ହ୍ରାସ ପାଇଥିବା ଦେଖିବାକୁ ମିଳିଛି।

Leave A Reply