ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀଙ୍କର ମୃତ୍ୟୁ

ଗୋପାଳପୁର – ଗୋଳନ୍ଥରା ଥାନା ଅନ୍ତର୍ଗତ ବିଶ୍ବନାଥ ପୁର ଅଞ୍ଚଳର ଜନୈକ ଯୁବତୀ ପାରିବାରିକ କଳହ ଯୋଗୁଁ ଗତ ୨୦ ତାରିଖରେ ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ ।ସେ ବ୍ରହ୍ମପୁର ବଡ ମେଡିକାଲ ରେ ଚିକିତ୍ସିତ ଥିଲେ।

ସୋମବାର ରାତି ସାଢ଼େ ଦଶଟା ବେଳେ ଚିକିତ୍ସିତ ଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ ହୋଇଛି ।ମୃତ ଯୁବତୀ ଜଣଙ୍କ ନାମ ବର୍ଷା ନାୟକ(୧୮) ବୋଲି ପୁଲିସ ସୂଚନା ଦେଇଛି । ଗତ ୨୦ ତାରିଖ ଦିନ ପାରିବାରିକ କଳହ ଯୋଗୁଁ ବର୍ଷା ଘରେ ଥିବା କୀଟନାଶକ ପିଇ ଦେଇଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକ ବର୍ଷା କୁ ନେଇ ବ୍ରହ୍ମପୁର ପଡ ମେଡିକାଲ ରେ ଭର୍ତ୍ତି କରିଥିଲେ। ଗତ ୩ ଦିନ ଧରି ଚିକିତ୍ସା ଚାଲିଥିଲେ ସୁଦ୍ଧା ସୋମବାର ରାତି ରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ନେଇ ବୁଧବାରରେ ମୃତ ବର୍ଷା ଙ୍କ ବାପା ଅନିଲ ନାୟକ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୨୬/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବକୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଥିଲେ।

Comments are closed.