ଗୋଲାମୁଣ୍ଡା ପୁଲିସ ଏସ୍‌ଆଇ ଭିଜିଲାନ୍ସ ଦ୍ବାରା ଗିରଫ

ଗୋଲାମୁଣ୍ଡା: କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଥାନାର ସବ୍‌ଇନ୍ସପେକ୍ଟର୍ ଉଗ୍ରସେନ ପଟେଲ ବାଇକ୍‌ରେ ୨ ଲକ୍ଷ ଟଙ୍କା ନେଉଥିବା ବେଳେ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ) ଅଧିକାରୀ ତାଙ୍କୁ ଅଟକ ରଖି ପଚରାଉଚରା କରିଥିଲେ। ସେ ନେଉଥିବା ଟଙ୍କାର ଉପଯୁକ୍ତ ହିସାବ ଦେଇ ନ ପାରିବାରୁ ତାଙ୍କୁ ଗିରଫ କରାଯାଇଛି। ନବରଙ୍ଗପୁର ଭିଜିଲାନ୍ସ ଇନ୍ସପେକ୍ଟର କଳାବତୀ ବାଗଙ୍କ ନେତୃତ୍ବରେ ଅଜିତ ପାଢ଼ୀ, ମାଲକାନାଗିରି ଡିଏସ୍‌ପି ଶୁସାନ୍ତ କୁମାର ବିଶ୍ବାଳ, ନୂଆପଡ଼ା ଭିଜିଲାନ୍ସ ଇନ୍ସପେକ୍ଟର ଦୀନବନ୍ଧୁ ବେହେରା, କଳାହାଣ୍ଡି ଜିଲା ଡିଏସ୍‌ପି ସତ୍ୟବାନ ମହାନନ୍ଦ, ପ୍ରମିଳା ସୁନାନୀ ପ୍ରମୁଖ ଏହି ଚଢ଼ଉ ଦଳରେ ସାମିଲ ଥିଲେ।

Comments are closed.