ଜାଣନ୍ତୁ,ଭଗବାନଙ୍କୁ ପ୍ରଣାମ କରିବାର ସଠିକ୍‍ ନିୟମ

0

ପୂଜାର୍ଚ୍ଚନା ହେଉ ଅଥବା ମନ୍ଦିରରେ ଆମେ ନିଶ୍ଚୟ ଭଗବାନଙ୍କୁ ପ୍ରଣାମ କରିଥାଉ। ଏହା ଦ୍ୱାରା ପୂଜାରେ ସଫଳତା ସହ ମନକୁ ମଧ୍ୟ ଶାନ୍ତି ପ୍ରାପ୍ତି ହୋଇଥାଏ। ଏହାର ବହୁ ଶୁଭ ଫଳ ମଧ୍ୟ ମିଳିଥାଏ। ପ୍ରଣାମ କରିବା ସମୟରେ କିଛି କଥା ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ ହୋଇଥାଏ। ଭଗବାନଙ୍କୁ ପ୍ରଣାମ କରିବା ସମୟରେ ଏହି କେତୋଟି କଥା ପ୍ରତି ଧ୍ୟାନ ଦିଅନ୍ତୁ………..


ଜଗନ୍ନାଥ – ଜଗନ୍ନାଥଙ୍କୁ ପ୍ରଣାମ କରିବା ବେଳେ ସର୍ବଦା ବାମ ପଟେ ପ୍ରଣାମ କରନ୍ତୁ। ଏହା ଦ୍ୱାରା ବିଶେଷ କୃପା ପ୍ରାପ୍ତି ହୋଇଥାଏ। ଜୀବନରେ ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ।


ବିଷ୍ଣୁ ଓ ଲକ୍ଷ୍ମୀ – ବିଷ୍ଣୁ ଓ ଲକ୍ଷ୍ମୀଙ୍କୁ ମଧ୍ୟ ବାମ ପଟେ ପ୍ରଣାମ କଲେ ସୌଭାଗ୍ୟ ପ୍ରାପ୍ତି ହୁଏ। ଏହା ଦ୍ୱାରା ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇଥାଏ।


ପ୍ରଭୁ ମହେଶ୍ୱର – ପ୍ରଭୁଙ୍କୁ ଦକ୍ଷିଣ ପଟେ ପ୍ରଣାମ କରିବା ଆବଶ୍ୟକ। ଏହା ଦ୍ୱାରା ଅଶେଷ କୃପା ମିଳିଥାଏ।


ଗଣେଶ – ପ୍ରଭୁ ଗଣେଶଙ୍କୁ ସର୍ବଦା ସମ୍ମୁଖରେ ପ୍ରଣାମ କରିବା ଉଚିତ୍‍। ଏପରି କଲେ ପାଠପଢା ସହ କର୍ମକ୍ଷେତ୍ରରେ ମଧ୍ୟ ବହୁ ଉନ୍ନତି ହୋଇଥାଏ।


ହନୁମାନ – ମହାବୀର ହନୁମାନଙ୍କୁ ସର୍ବଦା ଦକ୍ଷିଣ ପଟେ ପ୍ରଣାମ କରିବା ଆବଶ୍ୟକ। ଏହା ଦ୍ୱାରା ଜୀବନର ସମସ୍ତ କଷ୍ଟ ଦୂର ହୋଇଥାଏ।

Leave A Reply