ରେଳବାଇ ଦ୍ୱାରା ୨୫୦୦ ଟଙ୍କାରେ ଛେଳି ନିଲାମ, ଜାଣନ୍ତୁ କ’ଣ ଥିଲା ତା ଅପରାଧ

0

ମୁମ୍ବଇ : ରେଳରେ ବିନା ଟିକେଟ୍‍ରେ ଯାତ୍ରା ବେଳେ ଧରାପଡ଼ିଲେ ଯାତ୍ରୀଙ୍କୁ ଜୋରିମାନା ଦେବାକୁ ପଡ଼ିଥାଏ। ମାତ୍ର ଏଥର ବିନା ଟିକେଟ୍‍ରେ ଯାତ୍ରା କରୁଥିବା ଏକ ଯାତ୍ରୀକୁ ରେଳ ପ୍ରଶାସନ ଜୋରିମାନା ଆଦାୟ ପାଇଁ ନିଲାମ କରିଦେଇଛି। ଏହି ଯାତ୍ରୀ କେଉଁ ମଣିଷ ନୁହେଁ ବରଂ ଏକ ଛେଳି। ରେଳରେ ଛେଳି ଦେଖି ରେଳ ପ୍ରଶାସନ ଚିନ୍ତାରେ ପଡିଥିଲା ଯେ ଏବେ କ’ଣ କରାଯିବ। ଏହାପରେ ରେଳବାଇ ଛେଳିକୁ ନିଜ ହେପାଜତରେ ରଖିଥିଲା। ଗୁରୁବାର ସକାଳେ ଛେଳିଟିକୁ ୨୫୦୦ ଟଙ୍କାରେ ନିଲାମ କରାଯାଇଛି। ଏହି ଅଜବ ଘଟଣା ମୁମ୍ବଇ ମସଜିଦ୍‍ ଷ୍ଟେସନର। ଅଗଷ୍ଟ ୧ ଅପରାହ୍ଣ ପ୍ରାୟ ସାଢେ ୪ଟା ବେଳେ ମସଜିଦ୍‍ ଷ୍ଟେସନ୍‍ ନିକଟରେ ଅଟକି ରହିଥିବା ଛତ୍ରପତି ମହାରାଜ ଟର୍ମିନାଲ ଯାଉଥିବା ରେଳରେ ଚଢି ଟେକେଟ୍‍ କଲେକ୍ଟର ଯାଞ୍ଚ କରିଥିଲେ। ରେଳରେ ବିନା ଟିକେଟରେ ଛେଳି ସହ ଯାତ୍ରା କରୁଥିବା ଜଣେ ଲୋକଙ୍କୁ ଟିକେଟ୍‍ କଲେକ୍ଟର ଧରିଥିଲେ। ମାତ୍ର ବ୍ୟକ୍ତି ଜଣକ ଟିକେଟ୍‍ କଲେକ୍ଟରଙ୍କୁ ଚକ୍‍ମା ଦେଇ ଖସି ପଳାଇଥିଲା। ସେ ଛାଡ଼ି ଯାଇଥିବା ଛେଳିଟିର କ’ଣ କରାଯିବ ବୋଲି ରେଳବାଇ କର୍ତ୍ତୃପକ୍ଷ ଚିନ୍ତାରେ ପଡିଥିଲେ। ପରେ ତାର ନିଲାମ କରିବାକୁ ନିଷ୍ପତ୍ତି ନେଇଥିଲେ।

Leave A Reply