ରାଜଧାନୀରେ ଏକାଠି ହେଲେ ପ୍ରବାସୀ ଓଡିଆ

0

ଭୁବନେଶ୍ୱର:  ମଧ୍ୟ ପ୍ରାଚ୍ୟରେ ରହୁଥିବା ଓଡିଆମାନଙ୍କର ସଂଗଠନ ଗଲ୍ଫ ଓଡିଆ ଆସୋସିଏସନ୍‌ (ଗୋଆ)ର ବାର୍ଷିକ ଉତ୍ସବ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ରାଜଧାନୀରେ ଏକ ତାରକା ହୋଟେଲ୍‌ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  ସାଉଦି ଆରବ, ଓମାନ, ବାହାରିନ୍‌, ରିୟାଦ, ଆବୁଧାବିରେ ଥିବା ବହୁ ଓଡିଆ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ନିଜ ମାତୃଭୂମି ପ୍ରତି ଥିବା ଶ୍ରଦ୍ଧା ଓ ଭକ୍ତି ଭାବ ଉଦେଶ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି ଅବସରରେ ଓଡିଶୀ ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା ।  ସଂଗଠନର ସଦସ୍ୟ ଅଜୟକୁମାର ଦାସ, ମିର୍ଜା ମୁସ୍ତାଫା ବେଗ୍‌, ଜୟନ୍ତ ମହାପାତ୍ର, ପ୍ୟାରୀ ମୋହନ ମଲ୍ଲିକ ଓ ବନ ବିହାରୀ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply