ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କୁ କରୋନା

ପଣଜୀ :  ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। କରୋନା ସଂକ୍ରମିତ ହେବାପରେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଘରେ ହୋମ ଆଇସୋଲେସନ୍‌ରେ ରହିଥିବା ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।  ସାୱନ୍ତ ଟ୍ୱିଟ୍ କରି ଲେଖିଛନ୍ତି ଯେ “ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି। ଏଥି ପାଇଁ ଘରେ ମୁଁ ହୋମ ଆଇସୋଲେସନରେ ଅଛି। ମୁଁ ଘରୁ କାମ କରିବା ସହ ମୋର କର୍ତ୍ତବ୍ୟ ପାଳନ କରିବା ଜାରି ରଖିବି। ମୁଁ ଅନୁରୋଧ କରୁଛି ଯେ, ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଛନ୍ତି, ଦୟାକରି ନିଜକୁ ସଙ୍ଗରୋଧ କରନ୍ତୁ ଏବଂ କରୋନା ପରୀକ୍ଷା କରାଇ ନିଅନ୍ତୁ”।

Comments are closed.