ଗୋଆ ମୁଖ୍ୟ ସଚିବଙ୍କୁ ହାଇକୋର୍ଟଙ୍କ ନିର୍ଦେଶ ; ପରିକରଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସତ୍ୟପାଠ ଦାଖଲ କର

0

ପାଣାଜୀ : ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପରିକରଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଏକ ସତ୍ୟପାଠ ଦାଖଲ କରିବା ଲାଗି ବମ୍ବେ ହାଇକୋର୍ଟ ରାଜ୍ୟର ମୁଖ୍ୟ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି। ରିପୋର୍ଟ ଅନୁଯାୟୀ ବମ୍ବେ ହାଇକୋର୍ଟଙ୍କ ପାଣାଜୀ ପୀଠ ଗୁରୁବାର ମୁଖ୍ୟ ସଚିବ ଧର୍ମେନ୍ଦ୍ର ଶର୍ମାଙ୍କୁ ଡିସେମ୍ବର ୭ ସୁଦ୍ଧା ସତ୍ୟପାଠ ଦାଖଲ ଲାଗି ନିର୍ଦେଶ ଦେଇଛନ୍ତି। ପୂର୍ବରୁ ଡିସେମ୍ବର ୪ରେ ହାଇକୋର୍ଟ ମୁଖ୍ୟ ସଚିବ ଅନୁରୂପ ନିର୍ଦେଶ ଦେଇଥିଲେ। ପରିକରଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଜାଣିବା ପାଇଁ ସ୍ଥାନୀୟ ରାଜନେତା ଟ୍ରାଜାନୋ ଡି ମେଲୋ ଦାୟର କରିଥିବା ପିଟିସନ ଆଧାରରେ ହାଇକୋର୍ଟ ଏହି ନିର୍ଦେଶ ଦେଇଛନ୍ତି। ତେବେ ମୁଖ୍ୟ ସଚିବ ଏ ସମ୍ପର୍କରେ ଅଧିକ ସମୟ ମାଗିଛନ୍ତି। ଡିସେମ୍ବର ୧୧ରେ ଏହାର ପୁନର୍ବାର ଶୁଣାଣି କରାଯିବ। ପରିକର ଅଗ୍ନାଶୟ କର୍କଟ ରୋଗରେ ପୀଡିତ ଅଛନ୍ତି। ସେ ନ୍ୟୁୟର୍କରେ ଚିକିତ୍ସିତ ହେବା ସହିତ ଦିଲ୍ଲୀରେ ଏମ୍ସରେ କିଛିଦିନ ଚିକିତ୍ସିତ ହୋଇଥିଲେ। ଏବେ ସେ ଘରେ ଚିକିତ୍ସିତ ହେଉଛନ୍ତି। ଅସୁସ୍ଥତା ଯୋଗୁଁ ସେ ସରକାରୀ କାର୍ଯ୍ୟାଳୟକୁ ଆସୁ ନାହାନ୍ତି।

Leave A Reply