ଗୋଆରେ ହୋଇପାରେ କେରଳ ଭଳି ବନ୍ୟା

0

ପୁନେ: କେରଳ ଭଳି ଭୟଙ୍କର ବନ୍ୟା ପରିସ୍ଥିତିର ସମ୍ମୁଖୀନ ହୋଇପାରେ ଗୋଆ। ଏଭଳି ଭବିଷ୍ୟବାଣୀ କରିଛନ୍ତି ଖ୍ୟାତନାମା ପରିବେଶବିତ୍‍ ମାଧବ ଗାଡଗିଲ୍‍। କେବଳ ଗୋଆ ନୁହେଁ ମହରାଷ୍ଟ୍ର ମଧ୍ୟ ସେଭଳି ପ୍ରଳୟଙ୍କରୀ ବନ୍ୟାର ଭୟାବହତାକୁ ସାମ୍ନା କରିପାରେ ବୋଲି ସେ କହିଛନ୍ତି। ଏହାର ନିରାକରଣ ପାଇଁ ୨୦୧୧ରେ ପଶ୍ଚିମଘାଟ ପରିବେଶ ବିଶେଷଜ୍ଞ କମିଟି ଦେଇଥିବା ରିପୋର୍ଟକୁ କାର୍ଯ୍ୟକାରୀ କରିିବାକୁ ଗାଡଗିଲ୍‍ ପରାମର୍ଶ ଦେଇଛନ୍ତି।
ଗାଡ୍‍ଗିଲ୍‍ କହିଛନ୍ତି ଯେ ମହାରାଷ୍ଟ୍ର ଓ ଗୋଆ ବର୍ଷା ଏବଂ କେରଳର ଅସ୍ୱାଭାବିକ ବର୍ଷା ପଛର କାରଣ ଭିନ୍ନ ଭିନ୍ନ ରହିଛି। କିନ୍ତୁ ଏହି ସବୁ ଅଞ୍ଚଳର ପାଣିପାଗ ଓ ଜଳବାୟୁ ସମ୍ବନ୍ଧୀୟ ସମସ୍ୟା ଓ କାରଣ ସମାନ। ୨୦୧୪ରେ ପୁନେରେ ଯେଉଁ କାରଣରୁ ଭୂସ୍ଫଳନ ହୋଇଥିଲା ସେହି ସ୍ଥିତିର ପୁନରାବୃତି ଘଟିପାରେ। କେରଳରେ ଦେଖାଦେଇଥିବା ବନ୍ୟା ମଣିଷକୃତ ବୋଲି ବର୍ଣ୍ଣନା କରିବା ସହିତ ମହାରାଷ୍ଟ୍ରର ରତ୍ନଗିରି ଓ ସିନ୍ଧୁଦୁର୍ଗ ଜିଲାରେ ହେଉଥିବା ନିର୍ମାଣ କାର୍ଯ୍ୟକଳାପ ପୁଣି ଥରେ ଭୟଙ୍କର ବନ୍ୟାକୁ ନିମନ୍ତଣ କରିପାରେ ବୋଲି ଗାଡଗିଲ ପୂର୍ବନୁମାନ କରିଛନ୍ତି। ସେହି ସବୁ ସମସ୍ୟାକୁ କେବଳ ଅଞ୍ଚଳବାସୀଙ୍କ ସହିତ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇପାରିବ ବୋଲି ସେ ଉପଦେଶ ଦେଇଛନ୍ତି।

Leave A Reply