ମେହରମଙ୍କ ବିନା ହଜ ଯାତ୍ରା କରିବେ ୨୩୪୦ ମହିଳା

0

ନୂଆଦିଲ୍ଲୀ : ମେହରମ(ପୁରୁଷ ସାଥୀ)ଙ୍କ ବିନା ହଜ ପାଇଁ ଅନୁମତି ମିଳିବା ପରେ ଚଳିତ ବର୍ଷ ୨୩୪୦ ମୁସଲିମ ମହିଳା ହଜ ଯିବା ପାଇଁ ପ୍ରସ୍ତୁତ ହୋଇଛନ୍ତି। ପୂର୍ବ ତୁଳନାରେ ଚଳିତ ବର୍ଷ ମହିଳାଙ୍କ ସଂଖ୍ୟା ଦୁଇଗୁଣା ବଢିଥିବା ଜଣାପଡିଛି। ଭାରତୀୟ ହଜ ସମିତି ସୂଚନା ଅନୁସାରେ ଚଳିତ ବର୍ଷ ମେହରମ ବିନା ହଜ ଯିବା ପାଇଁ ୨୩୪୦ ମହିଳା ଆବେଦନ କରିଥିଲେ ଏବଂ ସମସ୍ତଙ୍କ ଆବେଦନକୁ ଗ୍ରହଣ କରାଯାଇଛି। ଏହି ମହିଳା ମାନଙ୍କ ରହିବା, ଖାଇବା ଓ ଯିବା ଆଦି ସମସ୍ତ ବ୍ୟବସ୍ଥା କରାଯିବ।
ସୂଚନାଯୋଗ୍ୟ ଯେ ପୂର୍ବ ବର୍ଷ ୧୩୦୦ ମହିଳା ଆବେଦନ କରିଥିଲେ। ନୂତନ ହଜ ନୀତି ଅନୁସାରେ ୪୫ ବର୍ଷରୁ ଊର୍ଦ୍ଧ୍ବ ମହିଳା ମାନେ ହଜକୁ ଯାଇପାରିବେ। ଏହି ନୀତିକୁ ପୂର୍ବ ବର୍ଷ ଉଠାଇ ଦିଆଯାଇଛି। ପୂର୍ବରୁ ହଜ ଯିବା ପାଇଁ ବିଭିନ୍ନ ସର୍ତ୍ତ ଅନୁସାରେ ବିଭିନ୍ନ ମହିଳା ଅସୁବିଧାର ସମ୍ମୁଖିନ ହୋଇଥିଲେ। ଏହି ହଜ ପାଇଁ ବିହାର, ଉତ୍ତରପ୍ରଦେଶ ଓ ଉତ୍ତର ଭାରତରୁ ଅଧିକାଶଂ ମହିଳା ଯୋଗ ଦେଇଛନ୍ତି। ହଜ ପାଇଁ ୨୦୧୯ରେ ଭାରତୀୟ ହଜ ସମିତି ପାଇଁ ଅଢେଇ ଲକ୍ଷରର ଅଧିକ ଲୋକ ଆବେଦନ କରିଛନ୍ତି। ଏମାନଙ୍କ ମଧ୍ୟରୁ ୪୭% ମହିଳା ରହିଛନ୍ତି। ଚଳିତବର୍ଷ ୧.୭ ଲକ୍ଷ ଲୋକ ହଜ ଯାତ୍ରା କରିବେ।

Leave A Reply