ପାକ ପ୍ରଧାନମନ୍ତ୍ରୀଙ୍କୁ ପିଓକେ’ର ସ୍ୱାଗତ ‘କାଶ୍ମୀର ହେବ ହିନ୍ଦୁସ୍ଥାନ, ଇମ୍ରାନ ତମେ ଫେରିଯାଅ’

0

ଇସଲାମାବାଦ: ଆନ୍ତର୍ଜାତିକ ସ୍ଥରରେ ଫେଲ ମାରିବା ପରେ ମଧ୍ୟ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଅପଦସ୍ତ ହୋଇଛନ୍ତି। ପାକ ଅଧିକୃତ କାଶ୍ମୀରବାସୀ ଇମ୍ରାନଙ୍କୁ ସ୍ୱାଗତ କରିବା ବଦଳରେ କହିଛନ୍ତି, ‘କାଶ୍ମୀର ହେବ ହିନ୍ଦୁସ୍ଥାନ, ଇମ୍ରାନ ତମେ ଫେରିଯାଅ’। ଗତକାଲି ଅର୍ଥାତ ଶୁକ୍ରବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପାକ ଅଧିକୃତ କାଶ୍ମୀରର ମୁଜାଫରବାଦ ଅଞ୍ଚଳ ଗସ୍ତ କରି ସେଠାରେ ଏକଜୁଟ ରାଲିକୁ ଉଦବୋଧନ ଦେବାର ଥିଲା ଯେଉଁଥିରେ କାଶ୍ମୀରବାସୀଙ୍କ ଦୁର୍ଦ୍ଦଶା ସମ୍ପର୍କରେ ସେ ବିଶ୍ୱ ସମୁଦାୟକୁ ଜଣାଇବାକୁ ଚାହୁଁଥିଲେ। ଭାରତ ସରକାରଙ୍କ ଦ୍ୱାରା ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଏବଂ ୩୫ଏ ଉଛେଦ ହେବା ପରେ ପାକିସ୍ତାନ ସମସ୍ତ ଆନ୍ତର୍ଜାତିକ କ୍ଷେତ୍ରରେ ଏହି ପ୍ରସଙ୍ଗ ଉତଥାପନ କରି ଅସଫଳ ହୋଇଥିବା ବେଳେ ପିଓକେରେ କରିଥିବା ପ୍ରୟାସ ମଧ୍ୟ ଅସଫଳ ହୋଇଛି। ଚୀନ ପାକିସ୍ତାନକୁ ସମର୍ଥନ କରୁଥିଲେ ମଧ୍ୟ ପାକିସ୍ଥାନ କିନ୍ତୁ ବିଶ୍ୱ ସମୁଦାୟର ସମର୍ଥନ ପାଇ ପାରିନାହିଁ।

ଶୁକ୍ରବାର ଠିକ ମଧ୍ୟାହ୍ନ ୧୨ଟାରେ ସାଇରନ ବାଜି ଉଠିଲା, ଇସଲାମାବାଦ ରାସ୍ତାର ସବୁଆଡେ ଟ୍ରାଫିକ ସ୍ଥିର ହୋଇଗଲା କାରଣ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆସୁଥିଲେ କିନ୍ତୁ ପାକ ଅଧିକୃତ କାଶ୍ମୀର ଅଧିବାସୀମାନେ ପାକ ସେନାର ଅତ୍ୟାଚାର ଓ ମାନବିକ ଅଧିକାର ହନନ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ।

ପୂର୍ବରୁ ଟ୍ୱିଟର ନିଜ ଆକାଉଣ୍ଟରେ ଇମ୍ରାନ ପୋଷ୍ଟ କରିଥିଲେ, ‘ମୁଁ ମୁଜାଫରବାଦରୁ ସାରା ବିଶ୍ୱକୁ ଭାରତ ଅଧିକୃତ କାଶ୍ମୀର ବିଷୟରେ ଜଣାଇବି’। ଅନ୍ୟ ପକ୍ଷରେ ପାକିସ୍ତାନ ଅଗଷ୍ଟ ୩୦ରେ କାଶ୍ମୀର ଆୱାର ପାଳନ କରି କାଶ୍ମୀର ପ୍ରସଙ୍ଗକୁ ସମସ୍ତଙ୍କୁ ଜଣେଇବାକୁ ଯୋଜନା କରିଥିଲେ ମଧ୍ୟ ପାକିସ୍ଥାନ ନାଗରିକମାନେ ଇମ୍ରାନଙ୍କୁ ସେମାନଙ୍କ ସମସ୍ୟା କହିଥିଲେ।

Leave A Reply