ଗୁଗୁଲର ‘କ୍ୟାମେରା ଗୋ ଆପ’ ବଜାର ପ୍ରବେଶ : ଶସ୍ତା ଫୋନରେ ମିଳିବ ଗୁଗୁଲ ପିକ୍ସେଲର ଫିଚର

ନୂଆଦିଲ୍ଲୀ:  ଗୁଗୁଲ ଏହାର ଆଣ୍ଡ୍ରଏଡ୍ ଗୋ ବ୍ୟବହାରକାରୀଙ୍କ ପାଇଁ କ୍ୟାମେରା ଗୋ ଆପକୁ ବଜାର ପ୍ରବେଶ କରାଇଛି। ଗୋ ଆପ୍ ଉପଭୋକ୍ତାମାନଙ୍କୁ ପିକ୍ସେଲ ଫୋନର କ୍ୟାମେରା ଆପ୍ ଭଳି ଏହି ଆପରେ ସମସ୍ତ ଫିଚର ମିଳିବ ।

ଗୁଗୁଲ୍ କ୍ୟାମେରା ଗୋ ଆପ୍ ପ୍ରଥମେ ନୋକିଆ ୩.୧ ସ୍ମାର୍ଟଫୋନ୍ ସହିତ ଲଞ୍ଚ କରିଥିଲା। ଯଦିଓ ଅନ୍ୟ ଆଣ୍ଡ୍ରଏଡ୍ ବ୍ୟବହାରକାରୀମାନେ ମଧ୍ୟ ଏହି ଆପକୁ ପ୍ଲେ-ଷ୍ଟୋରରୁ ଡାଉନଲୋଡ୍ କରିପାରିବେ । ଗୁଗୁଲର ଆଣ୍ଡ୍ରଏଡ୍ ଗୋ ସଂସ୍କରଣରେ ବର୍ତ୍ତମାନ ୧୦୦ ମିଲିୟନର ସକ୍ରିୟ ଉପଭୋକ୍ତା ଅଛନ୍ତି।

ଆଣ୍ଡ୍ରଏଡ୍ ଗୋ ଫୋନରେ, ଗୁଗୁଲ୍ କ୍ୟାମେରା ଗୋ ଆପ୍ ଉପଭୋକ୍ତାମାନଙ୍କୁ ପିକ୍ସେଲ ଫୋନର କ୍ୟାମେରା ଆପ୍ ଭଳି ସମସ୍ତ ଫିଚର ମିଳିବ। ଗୁଗୁଲ୍ ପିକ୍ସେଲ୍ ଫୋନ୍ ପରି ଏହି ଆପରେ ପୋଟ୍ରେଟ୍ ମୋଡ୍ ମଧ୍ୟ ଉପଲବ୍ଧ ହେବ । ଏହା ବ୍ୟତୀତ ଫଟୋ, ଭିଡିଓ ଏବଂ ଅନୁବାଦ ମଧ୍ୟ ଆପରେ ଉପଲବ୍ଧ ରହିଛି । ଏହା ସହ ଏହି କ୍ୟାମେରାରେ ଗୁଗୁଲ୍ ଲେନ୍ସର ସମର୍ଥନ ମଧ୍ୟ ଅଛି । ପୋଟ୍ରେଟ ମୋଡ୍ ସାଧାରଣତ ପ୍ରିମିୟମ୍ ସ୍ମାର୍ଟଫୋନ୍ କିମ୍ବା ଦୁଇ ଲେନ୍ସ ଫୋନରେ ମିଳିଥଏ ।। କିନ୍ତୁ ଆଣ୍ଡ୍ରଏଡ୍ ଗୋ ଭର୍ସନ୍ ସହିତ ଅଧିକାଂଶ ଫୋନରେ ଗୋଟିଏ କ୍ୟାମେରା ଥାଏ। ଏଭଳି ପରିସ୍ଥିତିରେ ଗୁଗୁଲ ଶସ୍ତା ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କୁ ଏକ ବଡ ଉପହାର ଦେଇଛି।

 

Comments are closed.