୪ ଦେଶର ମିଳିତ ବୈଠକ ’କ୍ବାଡ଼’କୁ ଚୀନର କଟାକ୍ଷ: ‘ଭୁକିଲା କୁକୁର’

ମଙ୍ଗଳବାର ଦିନ ଆମେରିକା, ଭାରତ, ଜାପାନ ଏବଂ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀମାନଙ୍କ ଚତୁର୍ଦଶ ସୁରକ୍ଷା ସଂଳାପ (କ୍ୱାଡ) ଜାପାନର ରାଜଧାନୀ ଟୋକିଓରେ  ଅନୁଷ୍ଠିତ ହୋଇଛି । ଏହି ଦେଶଗୁଡ଼ିକ ଚୀନ ବିରୋଧରେ ନିଜନିଜର ଆଭିମୁଖ୍ୟ ପୋଷଣ କରିଛନ୍ତି । ମାତ୍ର ଚୀନ ସରକାରଙ୍କ ମୁଖପତ୍ର କୁହାଯାଉଥିବା ଗ୍ଲୋବାଲ ଟାଇମ୍ସ ଏହି ବୈଠକକୁ ତାତ୍ସଲ୍ୟ କରିଛି । ବୈଠକକୁ ଭୁକିଲା କୁକୁର ବୋଲି ଅଭିହିତ କରିଛି । ଏହି ସଙ୍ଗଠନ ଦୀର୍ଘଦିନ ଧରି ଏକତା ବଜାୟ ରଖିପାରିବ ନାହିଁ ଓ ଆମେରିକାକୁ ନେତା ବୋଲି କେହି ଭାବନ୍ତି ନାହିଁ ବୋଲି ଗ୍ଲୋବାଲ ଟାଇମ୍ସ କହିଛି । ବୈଠକରେ ସମସ୍ତେ ପାଟିତୁଣ୍ଡ କରୁଥିବା ଦେଖିବାକୁ ମିଳିଥିଲା ତେଣୁ ଏହାକୁ ଭୁକିଲା ବୈଠକ ବୋଲି ଗ୍ଲୋବାଲ ଟାଇମ୍ସ କହିଛି । ଗ୍ଲୋବାଲ ଟାଇମ୍ସ ଅନୁସାରେ ମଙ୍ଗଳବାର ଏକତ୍ରିତ ହୋଇଥିବା ଦେଶଗୁଡ଼ିକ କୌଣସି ମିଳିତ ବିବୃତି ପ୍ରକାଶ ନ କରିବା ବୈଠକର ନକରାତ୍ମକ ଦିଗକୁ ଦର୍ଶାଇଛି ।

ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ  ଦକ୍ଷିଣ ଏବଂ ପୂର୍ବ ଚୀନ୍ ସାଗର, ମେକୋଙ୍ଗ, ହିମାଳୟ ଅଞ୍ଚଳ ଏବଂ ତାଇୱାନ ଗଲ୍ଫରେ ଚାଇନାର କମ୍ୟୁନିଷ୍ଟ ପାର୍ଟିର ଶୋଷଣ, ବାଧ୍ୟବାଧକତା ଏବଂ ଦୁର୍ନୀତିର ମୁକାବିଲା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସମୟ ଉପନୀତ ହୋଇଛି ବୋଲି କହିଥିଲେ । ଏହାକୁ କଟାକ୍ଷ କରିଛି ଚୀନ। ଗ୍ଲୋବାଲ ଟାଇମ୍ସରେ କୁହାଯାଇଛି ଯେ  ଜାପାନ ଏବଂ ଅଷ୍ଟ୍ରେଲିଆ ସହିତ ଆମେରିକାର ସାମରିକ ଚୁକ୍ତି ହୋଇସାରିଛି। ବର୍ତ୍ତମାନ ସେ ଏସିଆରେ ଭାରତ ସହିତ ସାମରିକ ସହଯୋଗ କରିବାକୁ ଚାହୁଁଛି ଓ  ଏହି ମିଳିତ ମଞ୍ଚ ଚୀନ ସହ ମୁକାବିଲା କରିବା ଲାଗି  ଭାରତକୁ ଏକ ଦଉଡ଼ି ଭାବରେ ବ୍ୟବହାର କରିବାକୁ ଚାହୁଁଛି ।

ସୂଚନାଯୋଗ୍ୟ ଯେ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ମଙ୍ଗଳବାର ଦିନ ଭାରତ-ପ୍ରଶାନ୍ତ ମହାସାଗରରେ ଚୀନ୍‌ର ବଢ଼ୁଥିବା କାର୍ଯ୍ୟକଳାପ ମଧ୍ୟରେ ରଣନୀତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ମୁକ୍ତ ଏବଂ ଖୋଲା ରଖିବା ପାଇଁ ସମନ୍ୱୟ ବୃଦ୍ଧି କରିବାକୁ ସହମତି ପ୍ରକାଶ କରିଛନ୍ତି। ମୁକ୍ତ, ଖୋଲା ଏବଂ ନିୟମ ଭିତ୍ତିକ ଆନ୍ତର୍ଜାତୀୟ ଶୃଙ୍ଖଳାକୁ ଦୃଢ଼ କରିବା ପାଇଁ ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଦା ସୁଗା, ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ ଏବଂ ଅଷ୍ଟ୍ରେଲୀୟ ବୈଦେଶିକ ମନ୍ତ୍ରୀ ମାରିସ ପେନେ ସମ୍ମତି ପ୍ରକାଶ କରିଛନ୍ତି ।

ଭାରତ-ପ୍ରଶାନ୍ତ ମହାସାଗରର ଚାରୋଟି ପ୍ରମୁଖ ଗଣତାନ୍ତ୍ରିକ ରାଷ୍ଟ୍ର ଏହି ଅଞ୍ଚଳର ଶାନ୍ତି ଏବଂ ସ୍ଥିରତା ପାଇଁ ସମନ୍ୱୟ ରକ୍ଷା କରିବାକୁ ନିଷ୍ପତ୍ତି ନେଇଛି। କ୍ୱାଡ୍ ହେଉଛି ଚାରୋଟି ଦେଶର ଏକ ଗୋଷ୍ଠୀ, ଯେଉଁଥିରେ ଆମେରିକା ଏବଂ ଭାରତ ବ୍ୟତୀତ ଅଷ୍ଟ୍ରେଲିଆ ଏବଂ ଜାପାନ ଅନ୍ତର୍ଭୁକ୍ତ | ଜାପାନର ବୈଦେଶିକ ମନ୍ତ୍ରୀ ତୋଷିମିତୁ ମୋଟେଗିଙ୍କ ଦ୍ୱାରା ଆୟୋଜିତ ଏହି ବୈଠକରେ ୪ ଦେଶର ମନ୍ତ୍ରୀ ଯୋଗ ଦେଇଥିଲେ। ଭାରତ-ପ୍ରଶାନ୍ତ ମହାସାଗରୀୟ, ଦକ୍ଷିଣ ଚୀନ୍ ସାଗର ଏବଂ ପୂର୍ବ ଲଦାଖରେ ଲାଇନ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ଉପରେ ଚୀନ୍‌ର ଆକ୍ରମଣାତ୍ମକ ସାମରିକ ଆଚରଣର ପୃଷ୍ଠଭୂମି ନେଇ ବୈଠକରେ ଆଲୋଚନା ହୋଇଥିଲା ।

ଜାପାନ ପ୍ରଧାନମନ୍ତ୍ରୀ ସୁଗା ବୈଠକ​‌େ​‌ରେ ଉଦବୋଧନ ଦେଇ  ଇଣ୍ଡୋ-ପାସିଫିକ୍ ଅଞ୍ଚଳର ଶାନ୍ତି ଏବଂ ସମୃଦ୍ଧିର ଅନ୍ତର୍ଜାତୀୟ ସମୁଦାୟ ଦ୍ୱାରା ବ୍ୟାପକ ସ୍ୱୀକୃତି ପାଇଛି। ସେ କହିଛନ୍ତି ଯେ ତାଙ୍କ ସରକାରଙ୍କ ମୌଳିକ ନୀତି ହେଉଛି ଏହି ଦିଗରେ ସଦସ୍ୟମାନଙ୍କୁ ବୃଦ୍ଧି କରିବା, ଗତ ମାସରେ ଦାୟିତ୍ୱ ଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ   ସୁଗା ଚତୁର୍ଭୁଜ ସମ୍ପର୍କକୁ ଆହୁରି ଗଭୀର କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

Comments are closed.