ଭାରତରେ ପହଞ୍ଚିବାରେ ଲାଗିଛି ବିଶ୍ବ ସମୁଦାୟର ବିପୁଳ ସହାୟତା

ରାଜ୍ୟଗୁଡିକୁ ଦିଆଗଲାଣି ୧୬ଟି ଅକ୍ସିଜେନ ଜେନେରେଟର୍‍ ପ୍ଲାଣ୍ଟ, ୪୬୬୮ ଭେଣ୍ଟିଲେଟର୍‍

ନୂଆଦିଲ୍ଲୀ : କୋଭିଡ୍‍ ମହାମାରୀ ଦ୍ୱିତୀୟ ଲହର ସମୟରେ ଭାରତକୁ ବିଶ୍ବ ସମୁଦାୟରୁ ସାହାଯ୍ୟ ଓ ସହାୟତାମାନ ପହଞ୍ଚିବାରେ ଲାଗିଛି। କୋଭିଡ ମୁକାବିଲା ଦିଗରେ ଏହା ବିଶେଷ ସହାୟକ ହେବ। ବିଶ୍ୱସ୍ତରରୁ ଆସୁଥିବା କୋଭିଡ୍‍ ରିଲିଫ୍‍ ସାମଗ୍ରୀଗୁଡ଼ିକ ତୁରନ୍ତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପଠାଇବା ପାଇଁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଏଯାବତ ୬ ହଜାର ୭୩୮ଟି ଅକ୍ସିଜେନ୍‍ କନସେଣ୍ଟ୍ରେଟର୍‍, ୩ ହଜାର ୮୫୬ଟି ଅକ୍ସିଜେନ ସିଲିଣ୍ଡର, ୧୬ଟି ଅକ୍ସିଜେନ ଜେନେରେଟର୍‍ ପ୍ଲାଣ୍ଟ, ୪ ହଜାର ୬୬୮ ଭେଣ୍ଟିଲେଟର୍‍ କିମ୍ବା ବିପିଏପି କିମ୍ବା ସିପିଏପି ମେସିନ୍‍ ଓ ୩ ଲକ୍ଷ ରେମଡେସିଭିର୍‍ ଇଞ୍ଜେକ୍‍ସନ ରାଜ୍ୟମାନଙ୍କୁ ଦିଆଯାଇସାରିଲାଣି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଏହା ଚିକିତ୍ସା ଭିତ୍ତିଭୂମି ବୃଦ୍ଧି କରିବାରେ ସହାୟକ ହେବ ବୋଲି କେନ୍ଦ୍ର ସରକାର କହିଛନ୍ତି।

Comments are closed.