ଋଷଭ ପନ୍ଥ- ଈଶା ନେଗୀ: ଭାରତୀୟ କ୍ରିକେଟ୍ ଦଳର ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ଥ ଓ ଡ଼ିଜାଇନର ଇଶା ନେଗୀ ଗତ ୫ ବର୍ଷ ଧରି ପରସ୍ପରକୁ ଡ଼େଟ୍ କରୁଛନ୍ତି । ଖୋଦ୍ ଋଷଭ ଏହାକୁ ସ୍ବୀକାର କରିବା ସହ ଈଶା ଓ ତାଙ୍କ ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି ।

ଯଶପ୍ରୀତ ବୁମରା- ଅନୁପମା ପରମେଶ୍ଵରନ: ଭାରତୀୟ କ୍ରିକେଟ ଦଳର ଗ୍ରେଡ଼୍ ଏ ତଥା ଷ୍ଟାର ଖେଳାଳୀ ଯଶପ୍ରୀତ ବୁମରାଙ୍କ ନାମ ତାମିଲ ଓ ତେଲୁଗୁ ଫିଲ୍ମର ଅଭିନେତ୍ରୀ ଅଭିନେତ୍ରୀ ଅନୁପମା ପରମେଶ୍ଵରନ ଯୋଡ଼ାଯାଇଥାଏ । ଗତ କିଛିମାସ ହେଲା ଉଭୟ ରିଲେସନସିପରେ ରହିଛନ୍ତି ବୋଲି ଚର୍ଚା ହେଉଛି । ଯଦିଓ ଅନୁପମା ଏହାକୁ ଅସ୍ବୀକାର କରିଛନ୍ତି, ତଥାପି ଉଭୟ ଭଲ ବନ୍ଧୁ ବୋଲି ସ୍ବୀକାର କରିଛନ୍ତି ।