ଗଛରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଚାକୁଣ୍ଡାପାଳ ମୁଣ୍ଡାସାହି ନିକଟରେ ଥିବା ଆକାଶିଆ ଗଛରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ନାବାଳିକା ପୁରୁଣିଆ ଗାଁର ବିଳାସିନୀ ମୁଣ୍ଡା ବୋଲି ଜଣାପଡିଛି। ସେ ନିଜ ମାମୁଁ ଘର ଚାକୁଣ୍ଡାପାଳରେ ରହି ପାଠ ପଢୁଥିଲେ। ଆଜି ସକାଳୁ ମୁଣ୍ଡାସାହି ନିକଟରେ ଥିବା ଏକ ଆକାଶିଆ ଗଛରେ ନାବାଳିକାଙ୍କ ମୃତଦେହ ଝୁଲୁଥିବା ଦେଖି ଲୋକେ ତୁରୁମୁଙ୍ଗା ପୁଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ କେଉଁ ଭଳି ପରିସ୍ଥିତିରେ ନାବାଳିକା ଜଣକ ଆତ୍ମହତ୍ୟା କଲେ ନା ହତ୍ୟା କରି କେହି ଦୁର୍ବୃତ୍ତ ଗଛରେ ଝୁଲାଇ ଦେଇଛି ତାହା ସ୍ପଷ୍ଟ ହୋଇନାହିଁ। ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ କହିଛି।

Comments are closed.