ଟ୍ରକ୍ ଧକ୍କାରେ ଅଜଣା ଯୁବତୀଙ୍କ ମୃତ୍ୟୁ

ରେଙ୍ଗାଲି: ସମ୍ବଲପୁରରୁ ରାଉରକେଲାକୁ ସଂଯୋଗ କରୁଥିବା ୧୦ ନମ୍ବର ରାଜ୍ୟ ରାଜପଥର ଗୁରୁପାଲି ନିକଟରେ ଥିବା ବିରାଜ୍ ଷ୍ଟିଲ ପ୍ଲାଣ୍ଟ୍ ସାମ୍ନାରେ ଗତ ରାତିରେ ଏକ ଟ୍ରକ୍ ଧକ୍କାରେ ଜନୈକ ଅଚିହ୍ନା ଯୁବତୀଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଯୁବତୀଙ୍କ ବୟସ ପ୍ରାୟ ୨୦ ହେବ ବୋଲି ପୁଲିସ ପକ୍ଷରୁ ପ୍ରକାଶ। ରେଙ୍ଗାଲି ପୁଲିସ ଘଟଣାସ୍ଥଳକୁ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଓଡି୧୬-୬୬୨୩ କୁ ଜବତ କରାଯାଇଛି ବୋଲି ଥାନା ଅଧିକାରୀ ଧବଳେଶ୍ବର ସାହୁ କହିଛନ୍ତି।

Comments are closed.