ସାପ କାମୁଡ଼ାରେ ନାବାଳିକା ମୃତ

0

ରାୟଗଡ଼ା : ଗଜପତି ଜିଲା ରାୟଗଡ଼ା ଥାନା ଅନ୍ତର୍ଗତ ଡେକୁସାହି ଗ୍ରାମର ଗୋର୍ଷାଙ୍ଗ ଦଳାଇଙ୍କ ଝିଅ ମୁନୀ ଦଳାଇ(୧୧ବର୍ଷ) ଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଛି।
ସୂଚନା ଅନୁସାରେ, ବୁଧବାର ଗୋର୍ଷାଙ୍ଗଙ୍କ ସପରିବାର ଘରେ ଶୋଇଥିବା ସମୟରେ ମଧ୍ୟରାତ୍ରରେ ଏକ ବିଷାକ୍ତ ସାପ ଘର ଭିତରକୁ ପଶି ଆସି ମୁନୀ ଶୋଇଥିବା ଅବସ୍ଥାରେ ତାଙ୍କ ବାମ ଗୋଡ଼କୁ କାମୁଡ଼ି ଦେଇଥିଲା। ଏହାପରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ଚକିତ୍ସା ପାଇଁ ତାଙ୍କୁ ରାୟଗଡ଼ା ଡାକ୍ତରଖାନାକୁ ଅଣାଯାଇଥିଲା ଓ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ରାୟଗଡ଼ା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଛେଦ ପାଇଁ ପାରଳାଖେମୁଣ୍ଡି ପଠାଯାଇଛି।

Leave A Reply