ଘୋଷା ରାସ୍ତାରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

କୁଚିଣ୍ଡା : କୁଚିଣ୍ଡା ସହରସ୍ଥ ୮ନଂ ୱାର୍ଡ ଘୋଷା ରାସ୍ତାକଡର ଏକ ଗଛତଳେ କେହି ନବଜାତ ଶିଶୁ କନ୍ୟାକୁ ଛାଡି ଚାଲିଯାଇଥିବା ବେଳେ ଆଜି ଗ୍ରାମାବାସୀ ଉଦ୍ଧାର କରିଥିବା ସୂଚନା ହସ୍ତଗତ ହୋଇଛି। ସୂଚନା ଅନୁଯାଇ କୁଚିଣ୍ଡା ସହରସ୍ଥ ଘୋଷାର ଏକ ରାସ୍ତାକଡ ଗଛତଳେ ଏକ ଶିଶୁ କନ୍ୟା ଥିବା ଗାଁ ଲୋକ ଦେଖିଥିଲେ। ପରେ ସେମାନେ ଶିଶୁକୁ ଉଦ୍ଧାର କରି କୁଚିଣ୍ଡା ଡାକ୍ତରଖାନାକୁ ସେବା ସକାଶେ ଆଣିଥିଲେ। ମାତ୍ର କୁଚିଣ୍ଡା ଡାକ୍ତରଖାନା କର୍ତ୍ତୃପକ୍ଷ  ସ୍ଥାନୀୟ ଚାଇଲ୍ଡ ଲାଇନ ଶାଖାକୁ ସୂଚନା ଦେଇଥିଲେ। କୁଚିଣ୍ଡା ଚାଇଲ୍ଡ ଲାଇନ ଟିମ ଶିଶୁକୁ ଉଦ୍ଧାର କରିବା ସହ ପୁଲିସର ସହାୟତାରେ ଶିଶୁର ପରିଚୟ ପାଇଁ ଉଦ୍ୟମ କରାଯାଇଥିଲା। କୌଣସି ତଥ୍ୟ ନମିଳିବାରୁ ଅସହାୟ ଶିଶୁକୁ ଶିଶୁ କଲ୍ୟାଣ ସମିତି ସମ୍ବଲପୁରଙ୍କୁ ଦିଆଯାଇଥିବା ଜଣାଯାଇଛି।

Comments are closed.