କିଶୋରୀ ସ୍ୱାସ୍ଥ୍ୟ ପରୀକ୍ଷା, ସ୍ୱଚ୍ଛତା ଉପକରଣ ବଣ୍ଟନ

ଗୁରୁଡିଝାଟିଆ : ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ମଞ୍ଚେଶ୍ୱର ସ୍ୱାସ୍ଥ୍ୟ ଉପକେନ୍ଦ୍ରର ନାରଙ୍ଗବସ୍ତ ଠାରେ କିଶୋରୀ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଓ ସ୍ୱଚ୍ଛତା ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଡାକ୍ତର ଦିଲ୍ଲିପ ଦାସଙ୍କ ନେତୃତ୍ୱରେ ଡାକ୍ତର ଦେବୀ ପ୍ରସାଦ ଗିରି, ଚକ୍ଷୁ ଚିକିତ୍ସକ ଡାକ୍ତର ଅମରେନ୍ଦ୍ର ବେହେରା କିଶୋରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହିତ ଗାଁର ଅନ୍ୟ ମହିଳା ଓ ବରିଷ୍ଠ ନାଗରିକମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେଇ ମାଗଣା ଔଷଧ ବଣ୍ଟନ କରିଥିଲେ । ଗାଁ କଲ୍ୟାଣ ସମିତିର ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ୪୫ କିଶୋରୀଙ୍କୁ ସ୍ୱଚ୍ଛତା ଉପକରଣ ବଣ୍ଟନ ସହିତ ସ୍ୱାସ୍ଥ୍ୟର ଯତ୍ନନେବା ସଂପର୍କରେ ବୁଝାଯାଇଥିଲା । ପିଏଚଇଓ କବିତାରାଣୀ ଦାସ, ପୁଷ୍ପମିତ୍ରା ଦାସ, ମହିଳା ସ୍ୱାସ୍ଥ୍ୟ ପରିଦର୍ଶକ ଚିଲିକା ସ୍ୱାଇଁ, ପୁରୁଷ ସ୍ୱାସ୍ଥ୍ୟ ପରିଦର୍ଶକ ସଞ୍ଜୟ କୁମାର ବେଉରା, ପୁରୁଷ ସ୍ୱାସ୍ଥ୍ୟକର୍ମୀ ଦାମନ ଲୋକନାଥ, ଅଙ୍ଗନୱାର୍ଡି କର୍ମୀ ଝିଲି ଖଟୁଆ, ଆଶାକର୍ମୀ ସବିତା ଜେନା ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ।

Comments are closed.