ରେଳ ଧାରଣା କଡରୁ ଶିଶୁ କନ୍ୟା ଉଦ୍ଧାର

0

ରାୟଗଡା: ରାୟଗଡା ଜିଲା ମୁନିଗୁଡା ରେଳ ଧାରଣା କଡରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି। ସୋମବାର ରାତିରେ ରେଳ ଧାରଣା ନିକଟରେ ଶିଶୁଟି କାନ୍ଦୁଥିବାର ଜଣେ ମହିଳା ଶୁଣିବାକୁ ପାଇଥିଲେ। ତାପରେ ମହିଳା ଜଣକ ଶିଶୁ କନ୍ୟାକୁ ନିଜ ଘରକୁ ନେଇ ଯାଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଶିଶୁ କନ୍ୟାଟି ଉକ୍ତ ମହିଳାଙ୍କ ନିକଟରେ ଥିବା ଜଣା ପଡିଛି। କେହି ଜଣେ ଶିଶୁଟିକୁ ଜନ୍ମ ଦେବା ପରେ ରେଳ ଧାରଣା କଡରେ ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି। ପୁଲିସ ରିପୋର୍ଟ ଲେଖିବା ପର୍ଯ୍ୟନ୍ତ ଶିଶୁ ମଙ୍ଗଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣା ପଡିଛି।

Leave A Reply