ଭଦ୍ରକ: ନିଆଁ ଲାଗି ଯୁବତୀ ଗୁରୁତର

ବାସୁଦେବପୁର: ଭଦ୍ରକ ଜିଲା ବାସୁଦେବପୁର ସ୍ଥିତ କୃଷ୍ଣପୁର ଲୁଣିସାହି ଗ୍ରାମରେ ବୁଧବାର ନିଆଁ ଲାଗି ଜଣେ ଯୁବତୀ ଗୁରୁତର ହୋଇଛନ୍ତି। ଯୁବତୀ ଜଣକ ହେଉଛନ୍ତି ଗ୍ରାମର ଗଜେନ୍ଦ୍ର ରାଉତଙ୍କ ଝିଅ ଜ୍ୟୋତ୍ସାରାଣୀ ରାଉତ। ତୁରନ୍ତ ତାଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭଦ୍ରକ ମେଡିକାଲଙ୍କୁ ସ୍ଥାନାନ୍ତର କରାଯାଇଛି। ନିଆଁ ଲାଗିବାର ପ୍ରକୃତ କାରଣ ସ୍ପଷ୍ଟ ଭାବେ ଜଣାପଡି ନ ଥିଲେ ମଧ୍ୟ ସର୍ଟ ସର୍କିଟ୍ କିମ୍ବା ଗ୍ୟାସ୍‌ରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

Comments are closed.