ନୀଳ ବିପ୍ଳବ ଏବେ ଅର୍ଥନୈତିକ ବିପ୍ଳବ ଆଡକୁ ଗତି କରୁଛି – କେନ୍ଦ୍ରମନ୍ତ୍ରୀ ଗିରିରାଜ

ସମାଜ ପୋର୍ଟାଲ ଡେସ୍କ: କେନ୍ଦ୍ର ମତ୍ସ୍ୟ, ଗୋପାଳନ ଓ ପଶୁ ସମ୍ପଦ ମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି, କେନ୍ଦ୍ର ସରକାର ମତ୍ସ୍ୟ ସମ୍ପଦ କ୍ଷେତ୍ରକୁ ବିଶେଷ ଗୁରୁତ୍ୱ ଦେଉଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମରେ ନୀଳ ବିପ୍ଳବ ଆରମ୍ଭ ହୋଇଥିଲା ଯାହା ଆଜି ଅର୍ଥନୈତିକ ବିପ୍ଳବ ଆଡ଼କୁ ଅଗ୍ରସର ହୋଇପାରିଛି। ସେ କହିଛନ୍ତି, ନୀଳ ବିପ୍ଳବ କ୍ଷେତ୍ରରେ ସରକାର ନିଯୁକ୍ତି, ଉତ୍ପାଦନ ଏବଂ ରପ୍ତାନୀ ଉପରେ ଗୁରୁତ୍ୱ ଦେଉଛନ୍ତି।

ମନ୍ତ୍ରୀ କହିଛନ୍ତି, ୧୯୪୭ ମସିହାରୁ ୨୦୧୪ ପର୍ଯ୍ୟନ୍ତ କୌଣସି ସରକାର ଏହି କ୍ଷେତ୍ରର ବିକାଶ ପ୍ରତି ଧ୍ୟାନ ଦେଇନଥିଲେ। ଚଳିତ ବର୍ଷ ଏ କ୍ଷେତ୍ରରେ କେନ୍ଦ୍ରୀୟ ଆବଣ୍ଟନ ୩ହଜାର ୬ଶହ ୮୨କୋଟି ଟଙ୍କା ରହିଛି। ସେ କହିଛନ୍ତି, ମତ୍ସ୍ୟ ରପ୍ତାନୀ କ୍ଷେତ୍ରରେ ଭାରତ ବିଶ୍ୱର ଦ୍ୱିତୀୟ ବୃହତ ଦେଶ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଗିରିରାଜ, ରାଷ୍ଟ୍ରମନ୍ତ୍ରୀ ସଂଜୀବ ବଲୟାନ ଏବଂ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ନାମକ ଏକ ବୁକ୍‍ଲେଟ ଉନ୍ମୋଚନ କରିଛନ୍ତି।

Comments are closed.