ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅଦାର ଏପରି ବ୍ୟବହାର ବିଷୟରେ ଜାଣିଛନ୍ତି କି ?

ଅଦାର ସେବନ ସ୍ୱାସ୍ଥ୍ୟ ପାଇଁ ଖୁବ ହିତକାରକ। ଏଥିରେ ଆଣ୍ଟି-ଅକ୍ସିଡ଼ାଣ୍ଟ , ଆଣ୍ଟି-ବ୍ୟାକ୍ଟେରିଅଲ ଭଳି ଅନ୍ୟାନ୍ୟ ବହୁ ପୋଷକ ତତ୍ତ୍ୱ ରହିଛି। ଯାହା ଶରୀର ସମ୍ବନ୍ଧିତ କେତେକ ସମସ୍ୟାର ସମାଧାନ କରିବା ସହ ଥଣ୍ଡା ଜନିତ ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ। ଏହାସହ ନିୟମିତ କିଛି ମାତ୍ରାରେ ଅଦା ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ। ଜାଣନ୍ତୁ …….
ମାଂସପେଶୀକୁ ଆରାମ ଦେଇଥାଏ –
ବହୁ ସମୟରେ ଆମକୁ ମାଂସପେଶୀ ବ୍ୟଥା ଅନୁଭବ ହୋଇଥାଏ। ଅଦାର ପାଣି ପିଇବା ଦ୍ୱାରା ମାଂସପେଶୀକୁ ଆରାମ ଅନୁଭୂତ ହୋଇଥାଏ ଓ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
ଓଜନ ହ୍ରାସ କରେ –
ଅଦା ପାଣି ପିଇବା ଦ୍ୱାରା ଶରୀରର ଫ୍ୟାଟ କମ ହୋଇଥାଏ। ବାରମ୍ବାର ଖାଦ୍ୟ ଖାଇବାକୁ ଇଚ୍ଛା ହୋଇନଥାଏ। ଫଳରେ ଆପଣଙ୍କର ଓଜନ ହ୍ରାସ ହୋଇଥାଏ। ଏହାସହ ରକ୍ତରେ ଶର୍କରା ମଧ୍ୟ ନିୟନ୍ତ୍ରିତ ହୋଇରହିଥାଏ।
ପାଚନ ପାଇଁ ଲାଭଦାୟକ –
ଅଳ୍ପ ଅଦାକୁ ରାତିଯାକ ପାଣିରେ ଭିଜାଇ ରଖି ଦିଅନ୍ତୁ। ପରଦିନ ସକାଳେ ଖାଲି ପେଟରେ ଏହି ପାଣିକୁ ପିଅନ୍ତୁ। ଏପରି କରିବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିଥାଏ। ଶରୀରକୁ ଦିନଯାକ ଆବଶ୍ୟକ ପରିମାଣରେ ଶକ୍ତି ମିଳିଥାଏ।
କେଶ ଓ ତ୍ୱଚା ପାଇଁ ହିତକାରକ –
ଅଦା ପାଣିରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଅଧିକ ମାତ୍ରାରେ ରହିଛି। ଯାହା କେଶ ଓ ତ୍ୱଚା ପାଇଁ ଲାଭଦାୟକ। ଏହାସହ ଏଥିରେ ଭିଟାମିନ ଏ ଓ ସି ରହିଛି, ଯାହା କେଶ ଓ ତ୍ୱଚାକୁ ଆବଶ୍ୟକ ପରିମାଣରେ ପୋଷକ ତତ୍ତ୍ୱ ପ୍ରଦାନ କରିଥାଏ।

Comments are closed.