ଆଠଗଡ ବିଜେପି କାର୍ଯ୍ୟାଳୟରେ ୧୦୦ ତମ ମନ୍ କି ବାତ୍ କାର୍ଯ୍ୟକ୍ରମ

ଆଠଗଡ: ଆଠଗଡ ବିଜେପି କାର୍ଯ୍ୟାଳୟ ଗାନ୍ଧିମାର୍ଗ ଠାରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୦୦ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିବା ଲାଗି ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଆଠଗଡ – ତିଗିରିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ପଞ୍ଚାୟତ ଓ ବୁଥ୍ ସ୍ତରରେ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜେନ୍ଦ୍ର ରାୟଙ୍କ ନେତୃତ୍ବରେ ଆଠଗଡ କାର୍ଯ୍ୟାଳୟଠାରେ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିବା ପାଇଁ ବହୁ ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମ ଶେଷରେ ଉଦବୋଧନ ଦେଇ ଶ୍ରୀ ରାୟ ଆଜି ଆମ ଦେଶ ପାଇଁ ଐତିହାସିକ ଦିନ, କାରଣ ଦେଶବାସୀଙ୍କ ହୃଦୟକୁ ଛୁଇଁଥିବା ପ୍ରଧାନମନ୍ତ୍ରୀଙ୍କ “ମନ୍ କି ବାତ୍” କାର୍ଯ୍ୟକ୍ରମର ୧୦୦ ତମ ଅଧ୍ୟାୟ ପୁରଣ ହୋଇଛି ବୋଲି କହିଥିଲେ। ଅତ୍ୟନ୍ତ ପ୍ରେରଣାଦାୟୀ ଏହି କାର୍ଯ୍ୟକ୍ରମ ୩ ଅକ୍ଟୋବର ୨୦୧୪ ଠାରୁ ପ୍ରତି ମାସର ଶେଷ ରବିବାର ଦିନ ପ୍ରସାରିତ ହୋଇ ଆସୁଅଛି। ଏହା ଏବେ ଦେଶର ସବୁଠୁ ଲୋକପ୍ରିୟ ମତ ବିନିମୟ କାର୍ଯ୍ୟକ୍ରମ ପାଲଟିଛି। ବିଗତ ୯ ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ର ନିର୍ମାଣରେ ସାଧାରଣ ନାଗରିକଙ୍କ ଯୋଗଦାନକୁ ଦେଶବାସୀଙ୍କ ସମ୍ମୁଖକୁ ଆଣିଛନ୍ତି। ପରିବେଶ ସଂରକ୍ଷଣ ସହ ଜଡ଼ିତ ପ୍ରସଙ୍ଗ ହେଉ, ଆମ ସମୃଦ୍ଧ କଳା, ସଂସ୍କୃତି ଓ ଐତିହ୍ୟକୁ ସଂରକ୍ଷିତ ରଖିବା ହେଉ, ସାମାଜିକ ଆନ୍ଦୋଳନକୁ ରୂପ ଦେବା ଏବଂ ଗରିବ ଓ ଅସହାୟ ଲୋକମାନଙ୍କୁ ସହାୟତା କରିବା, କ୍ରୀଡା, ବୈଜ୍ଞାନିକ ଦୃଷ୍ଟିକୋଣ, ସାହିତ୍ୟ ଓ ଶିକ୍ଷାକୁ ପ୍ରୋତ୍ସାହନ ଦେବା, ବିଲୁପ୍ତପ୍ରାୟ କୁଟୀର ଉଦ୍ୟୋଗ ଓ ରାଷ୍ଟ୍ରୀୟ ଏକତା ଦିଗରେ ପ୍ରୟାସ, ସବୁ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଆଲୋକପାତ କରି ଆସିଛନ୍ତି ବୋଲି ଶ୍ରୀ ରାୟଙ୍କ ସହିତ ଅନ୍ୟ ନେତା ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ନେତା ରାମନାରାୟଣ ମହାନ୍ତି, ଆଇନଜୀବୀ ଅଦ୍ୱୈତ ଚରଣ ପଣ୍ଡା, ହେମନ୍ତ କୁମାର ମହାନ୍ତି, ହେମମଞ୍ଜରୀ ଭଞ୍ଜଦେଓ, କଳ୍ପନା ମହାପାତ୍ର, ବିଚିତ୍ରାନନ୍ଦ ଜେନା, ଇଲା ପଣ୍ଡା,ରମାକାନ୍ତ ସେନାପତି, ପ୍ରଦୀପ ମହାପାତ୍ର,ଜଗଦାନନ୍ଦ ତ୍ରୀପାଠୀ, ସୁନିଲ ମିଶ୍ର, ପ୍ରକାଶ କୁମାର ସେଠୀ, ଦିଲ୍ଲୀପ ସେଠୀ ଏବଂ ବହୁ ଆଗଧାଡିର ବହୁ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ।

Comments are closed.